Latest Odisha News

ହସ୍ପିଟାଲରେ ଭର୍ତ୍ତି ହେଲେ ରଣଦୀପ ହୁଡ୍ଡା !

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ରଣଦୀପ ହୁଡ୍ଡା ଏବେ ହସ୍ପିଟାଲରେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଲୋକ କରୋନା ସହ ରଣଦୀପଙ୍କୁ ଯୋଡିଥିଲାବେଳେ ସେ କିନ୍ତୁ ଏକ ଭିନ୍ନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ରଣଦୀପ ଏକ ସର୍ଜରୀ ପାଇଁ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି । ସର୍ଜରୀ ପୂର୍ବରୁ ତାଙ୍କର କରୋନା ଟେଷ୍ଟ ହୋଇଥିଲାବେଳେ ରିପୋର୍ଟ ନେଗେଟିଭ ବାହାରିଛି । ତେବେ କରୋନା ସମୟରେ କେବଳ ରଣଦୀପ ନୁହଁନ୍ତି ବରଂ ଅନେକ ବଲିଉଡ ଅଭିନେତା ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ।

ପୂର୍ବରୁ ବଚ୍ଚନ ପରିବାରର ଅଧିକାଂଶ ସଦସ୍ୟ କରୋନା ପଜିଟିଭ ବାହାରିଥିଲେ । ଅନ୍ୟପଟେ ସଂଜୟ ଦତ୍ତଙ୍କର କିନ୍ତୁ ଫୁସ୍‌ଫୁସ୍ କ୍ୟାନ୍ସର ଥିବା ଜଣାପଡିଥିଲା । ଶେଷ ଫିଲ୍ମ ତଥା ୱେବ୍ ସିରିଜ୍ ଭାବେ ରଣଦୀପଙ୍କୁ ଏକ୍ସଟୋର୍ସନରେ ଖ୍ରୀସ୍ ହେମ୍ସୱର୍ଥଙ୍କ ସହ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ସେ ସଲମାନଙ୍କ ସହ ଫିଲ୍ମ ରାଧେରେ ନଜର ଆସିବେ ।

Leave A Reply

Your email address will not be published.