Latest Odisha News

BREAKING NEWS

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ; ଜମ୍ମୁ ସମ୍ପୂର୍ଣ୍ଣ ବ୍ଲାକଆଉଟ୍

ଶ୍ରୀନଗର: ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲା । ମାତ୍ର ୪ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ । ପୁଣି ସୀମା ପଟୁ ଆରମ୍ଭ ହେଲା ଗୁଳି ବର୍ଷଣ ସହ ଡ୍ରୋନ୍ ଆକ୍ରମଣ । ଜାମ୍ମୁକାଶ୍ମୀରର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା । ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ମୁହଁତୋଡ଼ ଜବାବ ଦିଆଯାଉଛି ।

ଏପଟେ ଜମ୍ମୁ, ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି । ପଞ୍ଜାବର ଫିରୋଜପୁର,ପଠାନକୋଟ ରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି।

ସୂଚନାଥାଉକି, କିଛି ଘଣ୍ଟା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ର ସୂଚନା ଦେଇଥିଲା, ‘ପାକିସ୍ତାନ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ଆଜି ଅପରାହ୍ନ ୩:୩୫ ରେ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରିଥିଲେ।’ ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ଉଭୟ ପକ୍ଷ ଭାରତୀୟ ମାନକ ସମୟ ସନ୍ଧ୍ୟା ୫ଟାରୁ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ପ୍ରକାରର ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ। ଆଜି ଉଭୟ ପକ୍ଷଙ୍କୁ ଏହି ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ୧୨ ତାରିଖ ଦିନ ୧୨ଟାରେ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ପୁନର୍ବାର କଥା ହେବେ।

 

Comments are closed.