Latest Odisha News

BREAKING NEWS

ଗଧ ଗାଡ଼ିରେ ଆସିଲେ ବରକନ୍ୟା

ବିବାହକୁ ସ୍ମୃତି କରି ରଖିବା ପାଇଁ ଅନେକ ଅଜବ ଉପାୟ ଆପଣାଇଥାନ୍ତି । କିଏ ହେଲିକ୍‌ପ୍ଟରରେ ଆସି ବିବାହ କରିଥାଏ ତ ଆଉ କିଏ ସମୁଦ୍ର ଭିତରେ ବୁଡ଼ି ବିବାହ କରି ଚର୍ଚ୍ଚାକୁ ଆସନ୍ତି । ଆଉ କେଉଁଠି ବିବାହ ମଣ୍ଡପକୁ ବର ଓ କନ୍ୟା ଚାଲି ଚାଲି ଯାଇ ବିବାହ କରିବାର ନଜିର ଅଛି । ଏବେ ସେଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପାକିସ୍ତାନୀ ବରକନ୍ୟା ଗଧ ଗାଡ଼ିରେ ଆସି ବିବାହ କରିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଉଭୟ ବର କନ୍ୟା ସଜ୍ଜା ଯାଇଥିବା ଏକ ଗଧ ଗାଡ଼ିରେ ବସି ମଣ୍ଡପକୁ ଯାଉଛନ୍ତି । ଏହି ବିବାହ ଶୋଭାଯାତ୍ରାକୁୁ ଦେଖିବା ପାଇଁ ରାସ୍ତାରେ ପ୍ରବଳ ଭିଡ଼ ଜମିଛି । ଉଭୟ ବରକନ୍ୟା ଗଧ ଗାଡ଼ିରେ ବସି ଉପସ୍ଥିତ ଲୋକଙ୍କୁ ହାତଯୋଡ଼ି ଅଭିଭାଦନ ମଧ୍ୟ ଜଣାଉଛନ୍ତି । ଏହି ଭିଡ଼ିଓକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏହାକୁ ଶସ୍ତା ପ୍ରଚାର ବୋଲି ମତ ରଖିଥିବା ବେଳେ ଆଉ କିଛି ପାକିସ୍ତାନରେ ମୁଦ୍ରାସ୍ଫୀତିର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଠିକ୍ ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.