Latest Odisha News

BREAKING NEWS

ଦିନିକିଆ ଇତିହାସରେ ଭାରତର ସବୁଠାରୁ ଲଜ୍ଜାଜନକ ପରାଜୟ, ୨୩୪ ବଲ ବାକି ଥାଇ ଜିତିଲା ଅଷ୍ଟ୍ରେଲିଆ

ବିଶାଖପଟନମ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟବରଣ କରିଛି । ଦିନିକିଆ ଇତିହାସରେ ଏହା ଭାରତର ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ । ଅଷ୍ଟ୍ରେଲିଆ ୨୩୪ ବଲ ବାକି ଥାଇ ଭାରତକୁ ପରାଜିତ କରିଛି । ଏହା ପୂର୍ବରୁ ୨୦୧୯ରେ ହାମିଲଟନରେ ନ୍ୟୁଜିଲାଣ୍ଡ ୨୧୨ ବଲ ବାକି ଥାଇ ଭାରତକୁ ହରାଇଥିଲା । ଷଷ୍ଠ ଥର ପାଇଁ ଟିମ ଇଣ୍ଡିଆ ୧୦ ୱିକେଟରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୬ ଓଭରରେ ୧୧୭ ରନ କରି ଅଲଆଉଟ ହୋଇ ଯାଇଥିଲା । ବିରାଟ କୋହଲି ୩୧ ଓ ଅକ୍ଷର ପଟେଲ ୨୯ ରନର ଇନିଂସ ଖେଳିଥିଲେ । ମିଚେଲ ଷ୍ଟାର୍କ ୫ଟି ୱିକେଟ ଅକ୍ତିଆର କରି ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଶନ ଏବଟ ୩ଟି ଏବଂ ନାଥାନ ଏଲିସ ୨ଟି ୱିକେଟ ନେଇଥିଲେ ।

୧୧୮ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୧ ଓଭରରେ କୌଣସି ୱିକେଟ ନ ହରାଇ ହାସଲ କରି ନେଇଥିଲା । ଟ୍ରେଭିସ ହେଡ ୫୧ ଓ ମିଚେଲ ମାର୍ଶ ୬୬ ରନ କରି ଅପରାଜିତ ରହିଥିଲେ । ୩ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିକୁ ଆସି ଯାଇଛି । ୨୨ ମାର୍ଚ୍ଚରେ ଅନ୍ତିମ ଏବଂ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.