Latest Odisha News

BREAKING NEWS

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପୂର୍ବରୁ ଇସ୍ରୋ ବୈଜ୍ଞାନିକଙ୍କୁ ବଧେଇ ଜଣେଇଲେ ପୂର୍ବତନ ପାକ୍ ମନ୍ତ୍ରୀ

ଇସଲାମବାଦ: ଭାରତର ଚନ୍ଦ୍ରଯାନ ମିଶନକୁ ପାକିସ୍ତାନରେ ପ୍ରଶଂସା ।   ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫବାଦ ଚୌଧୁରୀ ଦେଶର ମିଡିଆକୁ ଏକ ପ୍ରସ୍ତାବ ଦେଇ କହିଛନ୍ତି, ଆଜି ଭାରତର ଚନ୍ଦ୍ରଯାନ-୩ର ଲାଣ୍ଡିଂ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାକିସ୍ତାନରେ କରାଯିବା ଉଚିତ । ଲ୍ୟାଣ୍ଡି କରିବା ପୂର୍ବରୁ ସେ ଭାରତ ଏବଂ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଗୁଆ ଶୁଭେଚ୍ଛାବାର୍ତ୍ତା ପଠାଇ ଦେଇଛନ୍ତି ।  ଏହି ମିଶନ ମାନବ ଜାତି ପାଇଁ ଏକ ଐତିହାସିକ କ୍ଷଣ  । ଏହି ମିଶନ ପାଇଁ କାମ କରୁଥିବା ଭାରତୀୟ ବୈଜ୍ଞାନିକ ଏବଂ  ସମସ୍ତ  କର୍ମକର୍ତ୍ତାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଫବାଦ ଚୌଧୁରୀ ମଙ୍ଗଳବାର ଏକ୍ସ( ଟୁଇଟର ପେଜ) ରେ ସେୟାର କରିଥିବା ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ‘ପାକ ମିଡ଼ିଆ ଗତକାଲି ସନ୍ଧ୍ୟା୬.୧୫ରେ ଚନ୍ଦ୍ରଯାନ-୩ ଲାଣ୍ଡିଂର ଲାଇଭ ଦେଖାଇବା ଉଚିତ ..ଏହା ମାନବ ଜାତି ପାଇଁ ଏକ ଐତିହାସିକ କ୍ଷଣ । ବିଶେଷ କରି ଲୋକ, ବୈଜ୍ଞାନିକ ଏବଂ  ଭାରତର ଅନ୍ତରୀକ୍ଷ ସମୁଦାୟକଙ୍କ ପାଇଁ…ବହୁତ ଶୁଭେଚ୍ଛା ।’

ଇତିମଧ୍ୟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି । ଅବତରଣର ସେଇ ଶେଷ ୧୭ ମିନିଟକୁ ନେଇ ଏବେ ସମସ୍ତଙ୍କର ଚିନ୍ତା । ବୈଜ୍ଞାନିକମାନେ ଏହି ୧୭ ମିନିଟକୁ  ‘ଟେରର ୨୦ ମିନିଟ’ ବୋଲି ନାମିତ କରିଛନ୍ତି। ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ ୩ ଲାଣ୍ଡିର ପୂରା ଦୃଶ୍ୟର ଧାରାବିବରଣୀ ଲାଇଭ ହେବ । ଚନ୍ଦ୍ରଯାନ-୩ ସୁରୁଖୁରୁରେ ଲାଣ୍ଡିଂ କରିବା ନେଇ  ଇସ୍ରୋ ବୈଜ୍ଞାନିକମାନେ ପୁରା ଆଶାବାଦୀ । କାରଣ ଚନ୍ଦ୍ରଯାନ-୨ର ବିଫଳତା ସେମାନଙ୍କୁ ଅନେକ କିଛି ଶିକ୍ଷା ଦେଇଛି । ଏହି ଲାଣ୍ଡିଂର ଲାଇଭ ଟେଲିକାଷ୍ଟ ସନ୍ଧ୍ୟା ୫ଟା ୨୦ରେ ଇସ୍ରୋର ୱେବସାଇଟ, ୟୁଟ୍ୟୁବ ଏବଂ ଡିଡି ନାଶନାଲରେ କରାଯିବ ।

Leave A Reply

Your email address will not be published.