Latest Odisha News

BREAKING NEWS

ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଡାକ୍ତର ହେବେ ରୁଥପାଲ ଜନ,ଜାଣନ୍ତୁ ରୁଥପାଲଙ୍କ ସଂଘର୍ଷର କାହାଣୀ..

ହାଇଦ୍ରାବାଦ: ଆମ ସମାଜରେ କିନ୍ନର ମାନଙ୍କୁ ଅନେକ ଲୋକ ଛୋଟ ଦୃଷ୍ଟିରେ ଦେଖିଥାନ୍ତି । ସମାଜରେ ସେମାନଙ୍କର ସ୍ଥାନ ଅଲଗା ରହିଛି । କିନ୍ତୁ କେହି କେବେ ଭାବିଛନ୍ତି ଆମ ପରି ରକ୍ତ ମାଂସ ହାଡରେ ସେ ମଧ୍ୟ ତିଆରି । ସମସ୍ତଙ୍କ ପରି ସମାନ ଅଧିକାର ନେଇ ବଞ୍ଚିବା ମଧ୍ୟ ସେମାନଙ୍କର ହକ୍ । ଏ ସମାଜରେ ମୁଣ୍ଡ ଟେକି ବଞ୍ଚିବା ପାଇଁ ସେମାନଙ୍କୁ କେବଳ ଦରକାର ଟିକେ ମାତ୍ର ପ୍ରୋତ୍ସାହନ । ଆଗକୁ ବଢିବାର ଆଶା ନେଇ ସେ ବି ଆମ ଦେଶ ପାଇଁ ବୋହୁତ କିଛି କରିପାରିବେ । ତେବେ ଆପଣ ଜାଣିଥିବେ ଯେ କେରଳର ପଦ୍ମାଲକ୍ଷ୍ମୀ ନାମକ ଜଣେ କିନ୍ନର ଆଇନ ଶିକ୍ଷା ଶେଷ କରି ବର୍ତ୍ତମାନ ଆଇନଜୀବୀ ଭାବେ ଏକ ନ୍ୟାୟାଳୟରେ କାର୍ଯ୍ୟ କରୁଛନ୍ତି । ସେହିପରି ଏବେ ଜଣେ କିନ୍ନର ଡାକ୍ତର ହେବାର ସ୍ଵପ୍ନ ନେଇ ମେଡିକାଲ ଶିକ୍ଷାରେ ପିଜି ସିଟ ପାଇଛନ୍ତି ।

ଆଜ୍ଞା ହଁ, ତେଲେଙ୍ଗାନାକୁ ମିଳିବାକୁ ଯାଉଛି ଦେଶର ପ୍ରଥମ କିନ୍ନର ଡାକ୍ତର । ସେ ହେଉଛନ୍ତି ଡାକ୍ତର ରୁଥପାଲ ଜନ । ଜୀବନ ଯାତ୍ରାରେ ଅନେକ ବାଧା ବିଘ୍ନ ସହି ସେ ଆଜି ଏହି ସଫଳତାର ସିଡି ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ରୁଥପାଲଙ୍କ ଘର ତେଲେଙ୍ଗାନାର ଖାମମ ସହରରେ । ପିଲାବେଳୁ ସେ ବାପାମାଆ ଛେଉଣ୍ଡ । ଅନେକ ଦୁଃଖ କଷ୍ଟରେ ସେ ପାଠ ପଢିଥିଲେ । ତା’ରି ଭିତରେ ସେ MBBS ପାଠପଢା ଶେଷ କରି ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ଓସମାନିଆ ମେଡିକାଲ କଲେଜର ଆର୍ଟ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି । ସେ ଗରୀବ ରୋଗୀ ଏବଂ ବିଭିନ୍ନ ଶାରିରୀକ ଓ ମାନସିକ ରୋଗରେ ପୀଡିତ ତାଙ୍କ ଭଳି ଟ୍ରାନ୍ସଜେଣ୍ଡରଙ୍କ ସେବା କରୁଛନ୍ତି ।

ରୁଥପାଲ ଜନ ହାଇଦ୍ରାବାଦ ସ୍ଥିର ମାଲ୍ଲା ରେଡ୍ଡି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରୁ MBBS ପାଠପଢା ଶେଷ କରିଛନ୍ତି । କଠିନ ପରିଶ୍ରମ ବଳରେ ସେ ପିଜି-ନିଟ୍‌ରେ ରାଙ୍କ ହାସଲ କରିଥିଲେ । ନିକଟରେ ସେ ହାଇଦ୍ରାବାଦର ଇଏସଆଇ ମେଡିକାଲ କଲେଜରେ ଏମଡି ଏମର୍ଜେନ୍ସ କୋର୍ସରେ ଏକ ସିଟ୍ ପାଇଥିଲେ । ଏଥିପାଇଁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଆବଶ୍ୟକ ହୋଇଥିଲା । ତେବେ ଓସମାନିଆ ହସ୍ପିଟାଲର ସୁପରିଟେଣ୍ଡଣ୍ଟ ଡଃ ନାଗେନ୍ଦ୍ରଙ୍କ ଉଦ୍ୟମରେ ହସ୍ପିଟାଲର ଅନ୍ୟ ଡାକ୍ତରୀ ତଥା କର୍ମଚାରୀ ତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା କରିଥିଲେ । ବାକି ଦେଢ ଲକ୍ଷ ଟଙ୍କା ସ୍ବେଚ୍ଛାସେବୀ ସଂଗଠନ ହେଲ୍ପିଂ ହ୍ୟାଣ୍ଡ ଫାଉଣ୍ଡେସନ ଓ SEED ଚାରିଟେବୁଲ ସଂଗଠନ ଦ୍ବାରା ଯୋଗାଡ ହୋଇଥିଲା ।

ଏନେଇ ଡଃ ରୁଥପଲ କୁହନ୍ତି, ” ମୁଁ ଯେବେ ୮ ବର୍ଷର ହୋଇଥିଲି ସେବେଠୁ ମୁଁ ଡାକ୍ତର ହେବାକୁ ଚାହୁଁଥିଲି । କିନ୍ତୁ ମୁଁ ଏକ କିନ୍ନର ବୋଲି ଲୋକମାନେ ମୋ ସହ ଅନେକ ଖରାପ ବ୍ୟବହାର କରୁଥିଲେ । କିନ୍ତୁ ମନକୁ କଷ୍ଟ ହୋଇଥିଲେ ମଧ୍ୟ ମୁଁ କଠିନ ପରିଶ୍ରମ କରି ପାଠ ପଢିଲି । ୨୦୧୮ରେ ମୁଁ MBBS ପାଠପଢା ଶେଷ କରିଥିଲି । ମାତ୍ର ସେତେବେଳେ ମୁଁ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ପ୍ରାୟ ୨୦ଟି ହସ୍ପିଟାଲ ମୋତେ ଅସ୍ବୀକାର କରିଥିଲେ । ସେ ଯେଉଁ ଶିକ୍ଷା ଗ୍ରହଣ କରିଛନ୍ତି, ସେଥିରେ ଗରୀର ଓ ତାଙ୍କ ଭଳି ଲୋକମାନଙ୍କର ସେବା କରିବେ ବୋଲି କହିଛନ୍ତି ଡଃ ରୁଥପାଲ ।

Leave A Reply

Your email address will not be published.