Latest Odisha News

BREAKING NEWS

ବାହାରିଯିବ କାଢ଼ୁଆପଣ: ଯୁଦ୍ଧରେ ମାତ୍ର ୪ ଦିନ ତିଷ୍ଠି ପାରିବ ପାକିସ୍ତାନ!

ନୂଆଦିଲ୍ଲୀ: ବାହାରିଯିବ ସବୁ କାଢ଼ୁଆପଣ। ଯଦି ଭାରତ ଯୁଦ୍ଧ ଡାକରା ଦେଲା, ତାହେଲେ, ୪ ଦିନ ବି ଠିକ୍ ସେ ତିଷ୍ଠି ପାରିବନି ପାକିସ୍ତାନ। ଖାଲି ଯାହା କଥା ବଡ଼ ବଡ଼ କହୁଛି। ଗତ ମାସରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସହିତ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଫମ୍ପା ଧମକ ଦେଉଥିବା ବେଳେ ଏବେ ପାକିସ୍ତାନ ସାମରିକ ବାହିନୀ ଗୁରୁତ୍ୱପୂର୍ଣ୍ଣ ତୋପ ଗୋଳାବାରୁଦର ଘୋର ଅଭାବ ସହିତ ସଂଘର୍ଷ କରୁଛି। ଆଉ ଯଦି ଏବେ ଯୁଦ୍ଧ ହୁଏ, ତାହେଲେ ପାକିସ୍ତାନର କ୍ଷମତା ମାତ୍ର ଚାରି ଦିନ। ୪ ଦିନ ପରେ ମାଟି କାମୁଡିବ ପାକିସ୍ତାନ।

ମିଳିଥିବା ସୂଚନା ମୁତାବକ, ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନ ସାମରିକ ବାହିନୀ ଗୁରୁତର ତୋପ ଗୋଳାବାରୁଦ ଅଭାବର ସମ୍ମୁଖୀନ ହେଉଛି। ୟୁକ୍ରେନ ସହିତ ସମ୍ପ୍ରତିକ ଅସ୍ତ୍ରଶସ୍ତ୍ର ଚୁକ୍ତି ପାକିସ୍ତାନର ଯୁଦ୍ଧ ସଂରକ୍ଷଣକୁ ହ୍ରାସ କରିଛି। ଉଚ୍ଚ ଚାହିଦା, ପୁରୁଣା ସୁବିଧା ଯୋଗୁଁ ଯୋଗାଣଗୁଡ଼ିକ ଉନ୍ନତି ପାଇଁ ସଂଘର୍ଷ କରୁଛି ପାକ୍ ସେନା। ଆଉ ଏବେ ଆଞ୍ଚଳିକ ସଂଘର୍ଷର ଭୟ ମଧ୍ୟରେ, ସେନାକୁ ଯୋଗାଣ କରୁଥିବା ପାକିସ୍ତାନ ଅର୍ଡନାନ୍ସ ଫ୍ୟାକ୍ଟ୍ରି, ପିଓଏଫ୍ ବିଶ୍ୱବ୍ୟାପୀ ଚାହିଦା ବୃଦ୍ଧି ଏବଂ ପୁରୁଣା ଉତ୍ପାଦନ ସୁବିଧା ମଧ୍ୟରେ ଯୋଗାଣ ପୂରଣ କରିବା ପାଇଁ ସଂଘର୍ଷ କରୁଛି। ଯାହା ପାକ୍ ସେନଙ୍କ ପାଇଁ ଆଉ ଏକ ବଡ଼ ଚାଲେଞ୍ଜ।

ରିପୋର୍ଟ ଏହା ବି ଦାବି କରିଛି, ଯୋଗାଣ ହ୍ରାସ ପାଇବା ସହିତ, ପାକିସ୍ତାନର ଗୋଳାବାରୁଦ ଭଣ୍ଡାର କେବଳ ୯୬ ଘଣ୍ଟାର ଉଚ୍ଚ-ତୀବ୍ରତା ସଂଘର୍ଷକୁ ବଜାୟ ରଖିପାରିବ। ସାଧାରଣତଃ, ପାକିସ୍ତାନର ସାମରିକ ସିଦ୍ଧାନ୍ତ ଭାରତର ସଂଖ୍ୟାତ୍ମକ ଶ୍ରେଷ୍ଠତାକୁ ମୁକାବିଲା କରିବା ପାଇଁ କେନ୍ଦ୍ରିତ। ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ବିଫଳ କରିବା ପାଇଁ ସେନା ପାଖରେ ଏହାର M109 ହାୱିଜର୍ସ ପାଇଁ ପର୍ଯ୍ୟାପ୍ତ ୧୫୫ ଏମଏମ ସେଲ୍ କିମ୍ବା BM-21 ସିଷ୍ଟମ ପାଇଁ ୧୨୨ ଏମଏମ ରକେଟ୍ ନାହିଁ। ଗତ ଏପ୍ରିଲରେ ଏକ୍ସରେ ଅନେକ ପୋଷ୍ଟ ଦାବି କରିଥିଲା ଯେ, ୧୫୫ ଏମଏମ ତୋପ ସେଲ୍ ୟୁକ୍ରେନକୁ ପଠାଯାଇଥିଲା, ଯାହା ଫଳରେ ପାକିସ୍ତାନ ଷ୍ଟକ୍ ବିପଜ୍ଜନକ ଅବସ୍ଥାରେ ଥିଲା।

ସୂତ୍ର ଅନୁଯାୟୀ, ପାକିସ୍ତାନୀ ପ୍ରତିରକ୍ଷା ବାହିନୀ ଗୁରୁତ୍ୱପୂର୍ଣ୍ଣ ଗୋଳାବାରୁଦର ଅଭାବକୁ ନେଇ ଗଭୀର ଚିନ୍ତିତ ଏବଂ ଭୟଭୀତ ମଧ୍ୟ । ଏହି ପ୍ରସଙ୍ଗ ଗତ ୨ ମେରେ ସ୍ୱତନ୍ତ୍ର କର୍ପସ କମାଣ୍ଡର୍ସ ସମ୍ମିଳନୀରେ ମଧ୍ୟ ଉଠାଯାଇଥିଲା। ପାକିସ୍ତାନ ସମ୍ଭାବ୍ୟ ଭାରତୀୟ ଆକ୍ରମଣର ଆଶଙ୍କାରେ ଭାରତ-ପାକିସ୍ତାନ ସୀମା ନିକଟରେ ଗୋଳାବାରୁଦ ଡିପୋ ନିର୍ମାଣ କରିଥିଲା। ଆହୁରି ମଧ୍ୟ ଅତୀତରେ, ପୂର୍ବତନ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ସାମରିକ ବାହିନୀ ଦ୍ୱାରା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ସ୍ୱୀକାର କରିଥିଲେ। କହିଥିଲେ, ଦୀର୍ଘକାଳୀନ ସଂଘର୍ଷର ପରିସ୍ଥିତିରେ ଭାରତ ସହିତ ମୁକାବିଲା କରିବା ପାଇଁ ପାକିସ୍ତାନ ପାଖରେ ଗୋଳାବାରୁଦ ଏବଂ ଆର୍ଥିକ ଶକ୍ତିର ଅଭାବ ରହିଛି।

କିନ୍ତୁ ଏହା ଉପରକୁ ଯାଇ ଅନେକ ପାକିସ୍ତାନୀ ନେତା ଖାଲି ବଡ଼ ବଡ଼ କଥା କହୁଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ପଡ଼ୋଶୀ ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ଆଉ ସେମାନଙ୍କର ସଶସ୍ତ୍ର ବାହିନୀ କାଳେ ଭାରତୀୟ ଆକ୍ରମଣର ଉପଯୁକ୍ତ ଜବାବ ଦେବେ। ହେଲେ ବାସ୍ତବ ଚିତ୍ର ଭିନ୍ନ। ପାକ ସେନାର ନଗ୍ନ ଚିତ୍ର କିଛି ଅଲଗା ହିଁ ବୟାନ କରୁଛି। ନା ଅଛି ଆର୍ଥିକ ସହାୟତା, ନା ଅସ୍ତ୍ରଶସ୍ତ୍ର। ସେପଟେ ପୁଣି ମଝିରେ ରିପୋର୍ଟ ପ୍ରକାଶ ପାଇଥିଲା, ଅର୍ଥ ଅଭାବରୁ ପାକ୍ ଯବାନ ସେନା ଛାଡ଼ି ବାହାରକୁ ଚାକିରି ପାଇଁ ପଳାଇଛନ୍ତି। ହେଲେ ନେତା ଖାଲି ବାହସ୍ପଟ ମାରୁଛନ୍ତି।

Comments are closed.