Latest Odisha News

BREAKING NEWS

ଈଶାନ, ହାର୍ଦ୍ଦିକ ଭାରତର ସମ୍ମାନ ରଖିଲେ, ପାକିସ୍ତାନ ସମ୍ମୁଖରେ ୨୬୭ ରନର ଟାର୍ଗେଟ

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଭାରତ ୨୬୭ ରନର ଟାର୍ଗେଟ ପାକିସ୍ତାନ ସମ୍ମୁଖରେ ରଖିଛି । ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ଅର୍ଦ୍ଧଶତକ ଯୋଗୁ ପ୍ରଥମେ ବ୍ୟାଟିଂ କରି ଭାରତ ୪୮.୫ ଓଭରାର ୨୬୬ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ପୁନର୍ବାର ଶାହୀନ ଆଫ୍ରିଦି ଭାରତ ପାଇଁ କାଳ ସାଜିଥିଲେ । ସେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଆଉଟ କରିଥିବା ବେଳେ ହ୍ୟାରିସ ରଉଫ ଶ୍ରେୟାସ ଆୟାର ଓ ଶୁଭମନ ଗିଲଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ । ୧୪.୧ ଓଭରରେ ୪ ୱିକେଟ ହରାଇ ଭାରତ ୬୬ ରନ କରି ବିପଦରେ ପଡିଥିଲା । ଏହା ପରେ ହାର୍ଦ୍ଦିକ ଓ ଈଶାନ ଇନିଂସ ସମ୍ଭାଳିଥିଲେ ।

ଉଭୟ ଏସିଆ କପରେ ୫ମ ୱିକେଟରେ ସର୍ବାଧିକ ୧୩୮ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଈଶାନ ୮୧ ବଲରେ ୮୨ ଓ ପାଣ୍ଡ୍ୟା ୯୦ ବଲରେ ୮୭ ରନ କରି ଆଉଟ ହୋଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଅନ୍ୟମାନେ ବେଶୀ ସମୟ ତିଷ୍ଠି ରହିପାରି ନ ଥିଲେ । ପାକିସ୍ତାନ ତରଫରୁ ଆଫ୍ରିଦୀ ୪ଟି, ନସୀମ ଓ ରଉଫ ୩ଟି ଲେଖାଁଏ ୱିକେଟ ନେଇଥିଲେ । ବର୍ଷା ଯୋଗୁ ମ୍ୟାଚ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.