Latest Odisha News

ମୁମ୍ବାଇ ଆକ୍ରମଣ ଷଡଯନ୍ତ୍ରକାରୀ ତହଉର ରାଣା ଆମେରିକାରେ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣର ଷଡଯନ୍ତ୍ରକାରୀ ତହଉଣ ରାଣାଙ୍କୁ ଲସ ଏଞ୍ଜେଲ୍ସ ପୋଲିସ ଗିରଫ କରିଛି । କାନାଡାରେ ରହୁଥିବା ଏହି ପାକିସ୍ତାନୀଜଣକ ଲଶ୍କର ଇ ତୋଇବାକୁ ସହାୟତା ଯୋଗାଉଥିଲେ । ୧୪ ବର୍ଷ ଧରି ସେ ଚିକାଗୋ ଜେଲରେ ଥିଲେ । କରୋନା ପଜିଟିଭ ହେବା ଯୋଗୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି । ଭାରତକୁ ପ୍ରତ୍ୟରୋର୍ପଣ କରିବା ପାଇଁ ଅପିଲ କରାଯାଇଥିଲା ।

ରାଣାଙ୍କ ପରବର୍ତୀ ଶୁଣାଣି ଜନ ୩୦ରେ ହେବ । ସୂଚନାଯୋଗ୍ୟ, ୨୦୦୮ ମୁମ୍ବାଇ ବୋମା ବିସ୍ଫୋରଣରେ ୧୬୦ଜଣଙ୍କ ମୃତ୍ୟୁ ଘଟିଥିଲା । ସମ୍ପୂର୍ଣ୍ଣ ଘଟଣାରେ ୧୦ ଆତଙ୍କବାଦୀ ସାମିଲ ହୋଇଥିଲେ । ୯ଜଣ ମୃତ୍ୟୁବରଣ କରିଥିବା ବେଳେ ଅଜମଲ କସାବ ଧରା ପଡିଥିଲେ ।

Leave A Reply

Your email address will not be published.