Latest Odisha News

BREAKING NEWS

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କୋଭିଡ ପଜିଟିଭ୍

କୋଲକାତା: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାକୟ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳାର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଗାତ ସପ୍ତାହରେ ସ୍ନେହାଶିଷଙ୍କ ଶାଶୁ ଓ ଶ୍ୱଶୁର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଉଭୟଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହୋଇଥିଲା । ସ୍ନେହାଶିଷଙ୍କ ଶାଶୁଙ୍କୁ ଜ୍ୱର, ଥଣ୍ଡା ସହ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । କରୋନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ୪ଜଣଙ୍କୁ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.