Latest Odisha News

BREAKING NEWS

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତରେ ପଂହଚିଲା ପାକିସ୍ତାନ ଟିମ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାଗ ନେବା ପାଇଁ ମଙ୍ଗଳବାର ପାକିସ୍ତାନ ଟିମ ୱାଘା ବର୍ଡର ଦେଇ ଭାରତରେ ପଂହଚିଛି । ଚେନ୍ନାଇରେ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ଅଗଷ୍ଟ ୩ରେ ମାଲେସିଆ ବିପକ୍ଷରେ ପାକିସ୍ତାନ ତାର ଅଭିଯାନ ଆରମ୍ଭ କରିବ । ୯ ଅଗଷ୍ଟରେ ଭାରତ ଓ ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଆୟୋଜିତ ହେବ । ପାକିସ୍ତାନ ୪, ୬ ଓ ୭ ଅଗଷ୍ଟରେ ଯଥାକ୍ରମେ କୋରିଆ, ଜାପାନ ଓ ଚୀନକୁ ଭେଟିବ । ବୁଧବାରଠାରୁ ଟିମ ତାର ଅଭ୍ୟାସ ଆରମ୍ଭ କରିବ । ଅପରପକ୍ଷରେ ଭାରତ ୩ ଅଗଷ୍ଟରେ ଚୀନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

BjdElectrycity

୨୦୧୧ରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଥିଲା । ଏଥିରେ ୬ଟି ଟିମ ଅଂଶଗ୍ରହଣ କରିଥିଲେ । ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଏହା ପ୍ରତ୍ୟେକ ବର୍ଷ ହୋଇଥିଲା । ୨୦୧୬ ପରଠାରୁ ଏହାକୁ ୨ ବର୍ଷରେ ଥରେ ଆୟୋଜିତ କରାଯାଉଛି । ଭାରତ ଓ ପାକିସ୍ତାନ ଏହି ଚାମ୍ପିୟନଶିପରେ ୩ ଥର ଲେଖାଁଏ ଟାଇଟଲ ହାସଲ କରିଛନ୍ତି । କରୋନା ମହାମାରୀ ଯୋଗୁ ୨୦୨୦ ବଦଳରେ ଏହାକୁ ୨୦୨୧ରେ ଆୟୋଜିତ କରାଯାଇଥିଲା ।

Leave A Reply

Your email address will not be published.