Latest Odisha News

BREAKING NEWS

କର୍ଣ୍ଣାଟକ ହେବ କିଙ୍ଗମେକର!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଧାନସଭା ରଣନୀତିରେ ସଫଳ ହୋଇ ସରକାର ଗଢିବା ପରେ ଏବେ ଲୋକସଭା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି। ରାତି ପାହିଲେ ଅର୍ଥାତ ଅଗଷ୍ଟ ଦୁଇ ତାରିଖରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ମନ୍ତ୍ରୀମାନେ ଦିଲ୍ଲୀରେ ଦଳର ଜାତୀୟ ନେତୃତ୍ବକୁ ଭେଟିବେ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କର୍ଣ୍ଣାଟକ ପାଇଁ ଦଳ ନୂଆ ଟିମ ପ୍ରସ୍ତୁତ କରିବ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ କର୍ଣ୍ଣାଟକରେ ସମ୍ପୂର୍ଣ୍ଣ ଅଦଳବଦଳ କରାଯିବ।

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ପାଞ୍ଚଜଣ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟରୁ ତିନିଜଣ ସତୀଶ ଜାର୍କୀହୋଲି, ଈଶ୍ୱର ଖଣ୍ଡରେ ଓ ରାମଲିଙ୍ଗା ରେଡ୍ଡିଙ୍କୁ ଏହି ପଦରୁ ବାଦ ଦିଆଯାଇପାରେ। ଏହି ତିନି ଜଣ ନେତା ମନ୍ତ୍ରୀ ପଦ ସମ୍ଭାଳୁଥିବାରୁ ସେମାନଙ୍କୁ କାର୍ଯ୍ୟକାରୀ ସଭାପତି ପଦରୁ ବାଦ ଦେଇ ଦଳ କେବଳ ମନ୍ତ୍ରୀ ଭାବେ ବିଭାଗୀୟ କାର୍ଯ୍ୟକୁ ଅଧିକ ଫୋକସ ଦେବାକୁ କହିପାରେ।

ପୂର୍ତ୍ତ ବିଭାଗ ମନ୍ତ୍ରୀ ସତୀଶ ଜାର୍କୀହୋଲି ଜାତୀୟ ନେତୃତ୍ୱଙ୍କ ସହ ବୈଠକ ଓ ନୂଆ ଟିମ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାରୀ କାର୍ଯ୍ୟ ଓ ସାଙ୍ଗଠନିକ କାର୍ଯ୍ୟ ପାଇଁ ଅଲଗା ଅଲଗା ନିଯୁକ୍ତିକୁ ଫୋକସ କରାଯାଉଛି।

ଏପରିକି ଲୋକସଭା ନିର୍ବାଚନ ପାଇଁ କିଛି ମନ୍ତ୍ରୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇପାରେ। ଏପରିକି ଦଳୀୟ ବିଧାୟକ ମାନେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତିକୁ ନେଇ ଅଧିକ ଦାବି ନ କରିବାକୁ ସେ କହିଛନ୍ତି।

ତେଣୁ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ବିଜୟ ବାନା ଉଡାଇବାକୁ କଂଗ୍ରେସ ନେତୃତ୍ୱ ରାଜ୍ୟର ୫୦ ନେତାଙ୍କୁ ଦିଲ୍ଲୀରେ ଭେଟିବେ ବୋଲି ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି।

ଏପରିକି ବିଭିନ୍ନ ଜିଲ୍ଲାର ମନ୍ତ୍ରୀମାନେ ନିର୍ବାଚନ ଦାୟିତ୍ୱ ନେବା ସହ ଜିଲା ବୁଲିବା ଆରମ୍ଭ କରିବେ। ମନ୍ତ୍ରୀମାନେ ଲୋକଙ୍କ ପାଖରେ ପହଞ୍ଚି କଂଗ୍ରେସର ପାଞ୍ଚୋଟି ଗ୍ୟାରେଣ୍ଟି ଲୋକଙ୍କ ପାଖରେ ପହଂଚୁଛି କି ନାହିଁ ତଦାରଖ କରିବେ ବୋଲି ଶିବକୁମାର କହିଛନ୍ତି।

ବିଧାନସଭା ନିର୍ବାଚନରେ କର୍ଣ୍ଣାଟକ ବଡ଼ ବିଜୟ ଦେଇଥିବାରୁ ଲୋକସଭାରେ ମଧ୍ୟ କର୍ଣ୍ଣାଟକରେ ବଡ଼ ବିଜୟ ପାଇଁ ଦଳ ଦିଲ୍ଲୀରେ ରଣନୀତି ପ୍ରସ୍ତୁତ କରିବ।

Leave A Reply

Your email address will not be published.