Latest Odisha News

BREAKING NEWS

ପାକିସ୍ତାନ ସଂସଦରେ ସୁପର ଓଭର: ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ଦେଲେ ଇସ୍ତଫା

ଇସଲାମାବାଦ: ପାକିସ୍ତାନ ସଂସଦରେ ଫ୍ଲୋର ଟେଷ୍ଟ ହେବା ପୂର୍ବରୁ ବାଚସ୍ପତି ଅସଦ କୈସର ଇସ୍ତଫା ଦେଇଛନ୍ତି । ଫ୍ଲୋର ଟେଷ୍ଟ କରିବାକୁ ବିରୋଧୀ ଦାବି କରୁଥିବା ବେଳେ ଶାସକ ଦଳ ପିଟିଆଇ ଏହାକୁ ନେଇ ପଛଘୁଞ୍ଚା ଦେଉଥିଲେ। କିନ୍ତୁ ସୁୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଫ୍ଲୋର ଟେଷ୍ଟ ହେବ ବୋଲି ନିର୍ଦେଶ ଦିଆଯାଇଛି। ଏପରି ସ୍ଥିତିରେ ବାଚସ୍ପତି ଇସ୍ତଫା ଦେଇ ଭୋଟିଂ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ପ୍ରୟାସ କରିଛି ଶାସକ ଦଳ ପିଟିଆଇ ।

ଉଲ୍ଲେଖଯୋଗ୍ୟ, ଇସ୍ତଫା ଦେବା ପୂର୍ବରୁ ଅସଦ କହିଥିଲେ ସେ ଇମ୍ରାନଙ୍କ ସହ ସମ୍ପର୍କକୁ ଖରାପ କରିବେ ନାହିଁ । କିନ୍ତୁ ଏବେ ଇସ୍ତଫା ଦେଇ ସେ ଦେଶର ଗଣତନ୍ତ୍ର ପ୍ରତି ଅସମ୍ମାନ କରି ନିଜର ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇଛନ୍ତି।

ଇସ୍ତଫା ଦେବା ଅବସରରେ କହିଛନ୍ତି, 24 ବର୍ଷ ହେବ ସେ ଇମ୍ରାନ ଖାନଙ୍କ ସହିତ ରହିଛନ୍ତି । ଏପରି ସ୍ଥିତିରେ ସେ ଇମ୍ରାନଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କହିଛନ୍ତି। ଅସଦ ଇସ୍ତଫା ଦେବା ପୂର୍ବରୁ ଏକ ସିକ୍ରେଟ ଲେଟର ଦେଖାଇଥିଲେ। ଯେଉଁଥିରେ ସେ ଇମ୍ରାନଙ୍କ ପ୍ରତି ଥିବା ଆନୁଗତ୍ୟକୁ ଦେଖାଇଛନ୍ତି। ବାଚସ୍ପତିଙ୍କ ପୂର୍ବରୁ ଉପ ବାଚସ୍ପତି ଇସ୍ତଫା ଦେଇସାରିଛନ୍ତି। ଶନିବାର ସକାଳ 11 ପାଖରୁ ସଂସଦ ଆରମ୍ଭ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ସଂସଦ ଆରମ୍ଭ ହେବା ଭିତରେ 24 ଘଂଟା ମଧ୍ୟରେ ଫ୍ଲୋର ଟେଷ୍ଟ ହେବ। ତେଣୁ ବାଚସ୍ପତି ଯେଉଁ ସମୟରେ ଇସ୍ତଫା ଦେଲେ ଭୋଟିଂ ପ୍ରକ୍ରିୟା ଶେଷ ହେବାକୁ ଅଳ୍ପ ସମୟ ବାକି ଥିଲା । ତେଣୁ ହାତରେ 13 ମିନିଟ ବାକି ଥିବା ବେଳେ ଅନାସ୍ଥା ପ୍ରସ୍ତାବ ଭୋଟିଂ ଆରମ୍ଭ ହୋଇଥିଲା।

ଏବେ ପାକିସ୍ତାନରେ ହାଇ ଆଲର୍ଟ ଜାରି କରାଯାଇଛି। ଅଧିକାରୀଙ୍କୁ ଦେଶ ବାହାରକୁ ଯିବାକୁ ବାରଣ କରାଯାଇଛି। ବିନା ଏନ୍ଓସିରେ ତାଙ୍କୁ ଦେଶ ବାହାରକୁ ଯିବାକୁ ବାରଣ କରାଯାଇଥିଲା। ସଂସଦ ବାହାରେ ସେନା ମୁତୟନ କରାଯାଇଛି। ପାକିସ୍ତାନର ସମସ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ସୁପ୍ରିମକୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଏକ ଅବମାନନା ଆବେଦନ କରାୟାଇଥିବା ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ପାକିସ୍ତାନ ବିମାନ ବନ୍ଦରରେ ହାଇଆଲର୍ଟ ଜାରି। ପାକିସ୍ତାନର ସମସ୍ତ ବିମାନ ବନ୍ଦରରେ ଆଲର୍ଟ ଜାରି କରାଯାଇଛି। ସମସ୍ତ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

Leave A Reply

Your email address will not be published.