Latest Odisha News

BREAKING NEWS

ଏପ୍ରିଲ ୨୪ରେ ଜମ୍ମୁ ଓ କଶ୍ମୀରରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଏପ୍ରିଲରେ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ । ଏହି ଦିନ ହେଉଛି ପଞ୍ଚାୟତିରାଜ ଦିବସ । ଏଥର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ଦିଲ୍ଲୀର କୌଣସି ଷ୍ଟୁଡିଓରୁ ସମ୍ବୋଧନ କରିବେନି ।

ଏହି ଦିନ ମୋଦି ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବେ । ସମ୍ବା ଜିଲ୍ଲାର ପଲ୍ଲି ପଞ୍ଚାୟତରେ ସମସ୍ତ ୩୪୦ ଘରକୁ ସୋଲାର ବ୍ୟବସ୍ଥା କରାଯାଇଛି । ଯାହା ମାତ୍ର ୨୦ ଦିନରେ ବ୍ୟବସ୍ଥିତ ହୋଇଛି । ପ୍ରଧାନମନ୍ତ୍ରୀ ଏହି ପଞ୍ଚାୟତ ଗସ୍ତରେ ଯିବାର ଅଛି ବୋଲି ଜଣାପଡ଼ିଛି ।

ତେବେ ମୋଦି ଦେଶର ସମସ୍ତ ପଞ୍ଚାୟତକୁ ଏଇଠୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି । ପିଏମଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.