ସ୍ବିଡନୀ: ଟି-ଟ୍ବେଣ୍ଟି ବିଶ୍ବକପ ପ୍ରଥମ ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ମ୍ୟାଚ ଜିତିବା ପାଇଁ ଦୁଇଦଳ ଦୁଇ ଦିନ ହେଲା ଝାଳବୁହା ପ୍ରାକ୍ଟିସ କରିଛନ୍ତି । ତେବେ ପାକିସ୍ତାନ ଦୁଇ ଓପନର ଫର୍ମରେ ନାହାଁନ୍ତି । ବାବର ଏବଂ ରିଜଓ୍ବାନ ଫର୍ମରେ ନଥିଲେ ମଧ୍ୟ ଆଜି ପୁଣି ଓପନିଂ କରିବେ ବୋଲି ପାକିସ୍ତାନ କୋଚ କହିଛନ୍ତି ।
ଏହି ମ୍ୟାଚରେ ପାକିସ୍ତାନ ଅପେକ୍ଷା ନ୍ୟୁଜିଲାଣ୍ଡ ଦଳ ଫେବରିଟ୍ ରହିଛି । ପାକିସ୍ତାନ ବୋଲର ସହ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଲଢ଼େଇ ଦେଖିବାକୁ ମିଳିପାରେ । ଆଜି ଦିନ ସାଢେ ଗୋଟାଏରୁ ସିଡନୀରେ ଆରମ୍ଭ ହେବ ମ୍ୟାଚ୍ । ଆଜିର ମ୍ୟାଚ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି । ଲିଗ୍ ପର୍ଯ୍ୟାୟରେ ୫ଟିରୁ ୩ଟି ମ୍ୟାଚ ଜିତି ଗ୍ରୁପ ଏର ଶୀର୍ଷରେ ରହିଥିଲା ନ୍ୟୁଜିଲାଣ୍ଡ । ତେଣୁ ଭଲ ଫର୍ମରେ ନ୍ୟୁଜିଲାଣ୍ଡ ଥିବାରୁ କ୍ରିକେଟ ସମୀକ୍ଷକଙ୍କ ମତରେ ଆଜି ନ୍ୟୁଜିଲାଣ୍ଡ ବିଜୟୀ ହୋଇପାରେ । ତେବେ କ୍ରିକେଟରେ କିଛି ଆଗରୁ କହିହେବ ନାହିଁ ।
New Zealand skipper Kane Williamson has lavished praise on his bowling attack, while expecting a tough clash against Pakistan in the semis 💬 #T20WorldCup | #NZvPAK | Details 👇 https://t.co/wfGhC8chMc
— ICC (@ICC) November 8, 2022
ଆଜି ଉଭୟଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେଉଥିବାରୁ ଭାରତୀୟ ମାନେ ମଧ୍ୟ ଏହାକୁ ଅପେକ୍ଷା କରିଛନ୍ତି । କାରଣ ଦ୍ବିତୀୟ ସେମିଫାଇନାଲରେ ଆସନ୍ତାକାଲି ଭାରତ ଇଂଲଣ୍ଡ ମୁକାବିଲା ହେବ ।
Two teams with contrasting #T20WorldCup fortunes square off in the first semi-final in Sydney 🤜🤛
Who will punch their ticket for the Final? 🇳🇿🇵🇰 #NZvPAK preview 👇https://t.co/UF7saf823a
— ICC (@ICC) November 8, 2022
ଆଜିର ମ୍ୟାଚ ପାଇଁ ଉଭୟ ଦଳ ପରସ୍ପରକୁ ମାତ ଦେବାକୁ କରିଛନ୍ତି ସ୍ବତନ୍ତ୍ର ରଣନୀତି । ତେବେ ପାକିସ୍ତାନ ଅଧିନାୟକ ବାବରଙ୍କ ଫର୍ମ ନଥିବାରୁ ଦଳ ଚିନ୍ତାରେ ଅଛି । ଏପରିକି ରିଜଓ୍ବାନ ମଧ୍ୟ ଫର୍ମରେ ନାହାଁନ୍ତି । ଦଳ ବୋଲରଙ୍କ ପାଇଁ ସେମିଫାଇନାଲରେ ପ୍ରବେଶ କରିଛି । ସେପଟେ ନ୍ୟୁଜିଲାଣ୍ଡ ଦଳରେ ବ୍ୟାଟର ଏବଂ ବୋଲର ଉଭୟ ଫର୍ମରେ ଅଛନ୍ତି । ତେଣୁ ଯେଉଁ ଦଳ ମ୍ୟାଚ ଜିତିବ ସେ ଫାଇନାଲରେ ପ୍ରବେଶ କରିବ । ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଉଭୟ ଟିମ୍ ।
ସେପଟେ ଟି-ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡ ବିରୋଧରେ ଭାରତର ପଲ୍ଲା ଭାରି ରହିଛି । ଉଭୟ ଟିମ୍ ମୋଟ ୩ଥର ମୁହାଁମୁହିଁ ହୋଇଥିବାବେଳେ ଭାରତ ୨ଥର ବିଜୟୀ ହୋଇଛି ।
Comments are closed.