Latest Odisha News

BREAKING NEWS

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ 

ନୂଆଦିଲ୍ଲୀ : ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସମାରୋହରେ ତାଙ୍କୁ ଶପଥପାଠ କରାଇଛନ୍ତି । ୧୦ ନଭେମ୍ୱର ୨୦୨୪ ପର୍ଯ୍ୟନ୍ତ ସେ କାର୍ଯ୍ୟରେ ରହିବେ । ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ହୋଇଛନ୍ତି । ୧୧ ନଭେମ୍ୱର ୧୯୫୯ରେ ତାଙ୍କ ଜନ୍ମ । ୧୩ ମେ ୨୦୧୬ରେ ସେ ସୁପ୍ରିମକୋର୍ଟକୁ ସେ ପଦୋନ୍ନତି ପାଇଥିଲେ । ନୂଆଦିଲ୍ଲୀସ୍ଥିତ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସେ  ଅର୍ଥନୀତିରେ ସ୍ନାତକ, ଦିଲ୍ଲୀ ୟୁନିର୍ଭସିଟିରୁ ଏଲଏଲବି ଓ ଆମେରିକାର ହାର୍ଭାଡ ଲ’ ସ୍କୁଲରୁ ଏଲଏଲଏମ୍ କରିଛନ୍ତି ।

ଅଯୋଦ୍ଧା ଜମି ବିବାଦ, ଗୋପନୀୟତା ଓ ବ୍ୟଭିଚାର ଅଧିକାର, ସମଲିଙ୍ଗୀ ଆଇନ, ଆଧାର ଯୋଜନା ଏବଂ ସବରିମାଳା ପ୍ରସଙ୍ଗ ଆଦି ମାମଲାର ଶୁଣାଣିରେ ସେ ସାମିଲ ଥିଲେ । ନିକଟରେ ଅବିବାହିତ ଗର୍ଭବତୀଙ୍କୁ ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ ମାମଲାର ଶୁଣାଣି କରିଥିବା ଖଣ୍ଡପୀଠର ସେ ଅଧ୍ୟକ୍ଷତା କରିଥିଲେ ।

ତାଙ୍କ ପିତା ଓ୍ୱାଇ. ଭି ଚନ୍ଦ୍ରଚୂଡ ମଧ୍ୟ ପୂର୍ବରୁ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ସେ ୨୨ ଫେବୃଆରୀ ୧୯୭୮ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ଏହି ପଦରେ ରହି ସବୁଠାରୁ ଅଧିକ ସମୟ କାର୍ଯ୍ୟ କରିଥିବା ପ୍ରଧାନ ବିଚାରପତି ଥିଲେ । ୬୫ ବର୍ଷରେ ସୁପ୍ରିମକୋର୍ଟ ଅବସର ଗ୍ରହଣ କରନ୍ତି । ବର୍ତ୍ତମାନ ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଉଦୟ ଉମେଶ ଲଳିତ ଅକ୍ଟୋବର ୧୧ ତାରିଖରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଥିଲେ । ଅକ୍ଟୋବର ୧୭ ତାରିଖରେ ରାଷ୍ଟ୍ରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିଥିଲେ ।

 

Leave A Reply

Your email address will not be published.