Latest Odisha News

ବାବର, ଶକୀଲଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୭୧ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ପାକିସ୍ତାନ ୨୭୧ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୬.୪ ଓଭରରେ ୨୭୦ ରନ କରି ଅଲଆଉଟ ହୋଇ ଯାଇଥିଲେ । ଅଧିନାୟକ ବାବର ଆଜମ ୫୦ ଓ ସୌଦ ଶକୀଲ ୫୨ ରନର ଇନିଂସ ଖେଳିଥିଲେ । ଶଦାବ ଖାଁ ଦ୍ରୁତ ୪୩ ରନ କରିଥିଲେ । ପାକିସ୍ତାନ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଟାବ୍ରେଜ ଶମସାଇ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କୋ ଜାନେସନ ୩ଟି, ଗେରାଲ୍ଡ କୋଏଟଜି ୨ଟି ଓ ଲୁଙ୍ଗି ନାଗିଡି ଗୋଟିଏ ୱିକେଟ ନେଇଥିଲେ ।

ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ପାକିସ୍ତାନ ୫ଟି ମ୍ୟାଚରୁ ୪ ପଂଏଟ ହାସଲ କରିଥିବାରୁ ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶା ଉଜ୍ଜୀବୀତ କରିବା ପାଇଁ ଏହି ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚରେ ୮ ପଂଏଟ ହାସଲ କରି ଭଲ ସ୍ଥିତିରେ ରହିଛି । ସେ ଏହି ମ୍ୟାଚ ଜିତି ସେମିଫାଇନାଲ ଦୌଡରେ ରହିବାକୁ ଚାହିଁବ ।

Comments are closed.