Latest Odisha News

BREAKING NEWS

ପାକିସ୍ତାନ ପାଇଁ ଏୟାର ଇଣ୍ଡିଆର ୪୦୦୦ କୋଟି କ୍ଷତି 

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏୟାର ଇଣ୍ଡିଆର ଆୟ ଉପରେ ସର୍ବାଧିକ ପଡିଛି।

ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏହି ଏୟାରଲାଇନ୍ସ ଏପ୍ରିଲ୍ ଠାରୁ ଏପର୍ଯ୍ୟନ୍ତ ମାତ୍ର ୬ ମାସ ମଧ୍ୟରେ ୪୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିବା ନେଇ କମ୍ପାନୀର ସିଇଓ କ୍ୟାମ୍ପବେଲ୍ ୱିଲସନ୍ କହିଛନ୍ତି। ଏହି କ୍ଷତି ପାକିସ୍ତାନ ସହିତ ଉତ୍ତେଜନା ଏବଂ ଆମେରିକାର ଶୁଳ୍କ, ଭିସା ନିୟମରେ ପରିବର୍ତ୍ତନ ଯୋଗୁଁ ହୋଇଥିବା ପ୍ରକାଶ କରିଛନ୍ତି। ଏପ୍ରିଲ୍ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ଅପରେସନ୍ ସିନ୍ଦୁର ଆରମ୍ଭ ହେବା ପରେ ପାକିସ୍ତାନ ଭାରତୀୟ ବିମାନ ପାଇଁ ଏୟାରସ୍ପେସ୍ ବନ୍ଦ କରିଦେଇଛି। ଯାହାଫଳରେ ସମସ୍ତ ବିମାନକୁ ନିଜର ଦିଗ ପରିବର୍ତ୍ତନ କରିବାକୁ ପଡୁଛି।

ଫଳରେ ବିମାନରେ ଅଧିକ ଇନ୍ଧନ ବ୍ୟବହାର କରିବାକୁ ପଡୁଥିବା ବେଳେ ଏହା ଅଧିକ ମହଙ୍ଗା ଓ ସମୟ ନେଉଛି।ଯାହା ଫଳରେ କମ୍ପାନୀ ଏହିପରି କ୍ଷତି ସହିଛି। କେବଳ ଏତିକି ନୁହେଁ ଏସବୁ ଫଳରେ କର୍ମଚାରୀଙ୍କ ଖର୍ଚ୍ଚ ଏବଂ ସମୟ ମଧ୍ୟ ଯାଉଛି। ତେବେ ଯଦି ଏହି ରୁଟ୍ ବନ୍ଦ ରହେ ତେବେ କ୍ଷତି ୫୦୦୦ କୋଟି ଟପି ଯାଇପାରେ ବୋଲି ଏୟାର ଇଣ୍ଡିଆ ଗତ ଜୁନ୍ ମାସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସୂଚନା ଦେଇଛି।

ଭାରତୀୟ ବିମାନ ପାଇଁ ପାକିସ୍ତାନର ଆକାଶପଥ ବନ୍ଦ ହୋଇଯିବା ପରେ ଉଡ଼ାଣ ସମୟ ୧ ଘଣ୍ଟାରୁ ୪ ଘଣ୍ଟା ଅଧିକ ଲାଗୁଥିବା ନେଇ ଜଣାପଡ଼ିଛି। ବର୍ତ୍ତମାନ୍ ବିମାନଗୁଡ଼ିକ ଆରବ ସାଗର, ଇରାନ ଏବଂ ଦକ୍ଷିଣ ରୁଟ୍ ଦେଇ ଯାତାୟାତ କରୁଛନ୍ତି। ଯାହାର ପ୍ରଭାବ ଲଣ୍ଡନ, ପ୍ୟାରିସ, ଫ୍ରାଙ୍କଫର୍ଟ, ନ୍ୟୁୟର୍କ, ଚିକାଗୋ, ସାନ ଫ୍ରାନ୍ସିସ୍କୋ, ଦୁବାଇ, ରିୟାଦ, ତାସକେଣ୍ଟ, ଆଲମାଟି, ବାକୁ ଏବଂ ସିଙ୍ଗାପୁର ସମେତ ଅନ୍ୟାନ୍ୟ ଅନେକ ସ୍ଥାନକୁ ଯାଉଥିବା ଉଡ଼ାଣ ଉପରେ ପଡ଼ୁଥିବା ନେଇ ରିପୋର୍ଟ ରେ ଦର୍ଶାଯାଇଛି।

Comments are closed.