Latest Odisha News

BREAKING NEWS

ନୂଆ ମ୍ୟାପ୍ ଜାରି କଲା ପାକିସ୍ତାନ, କାଶ୍ମୀର ସହ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବର୍ଷେ ପୂରିବ । ତେବେ ଏହାର ଦିନକ ପୂର୍ବରୁ ପାକିସ୍ତାନ ପକ୍ଷରୁ ଏକ ନୂଆ ମ୍ୟାପ୍ ଜାରି କରାଯାଇଛି । ଏଥିରେ ଭାରତୀୟ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଯାଇଛି । କେବଳ ଏତିକି ନୁହେଁ, ଭାରତୀୟ ରାଜ୍ୟ ଗୁଜୁରାଟରେ ଥିବା ପୂର୍ବତନ ଜୁନାଗଡ଼ ରାଜ୍ୟ ଓ ସାର କ୍ରିକ ଅଞ୍ଚଳକୁ ଏହି ମାନଚିତ୍ରରେ ଦର୍ଶାଯାଇଛି । ଏହି ନୂଆ ମାନଚିତ୍ରକୁ ପାକିସ୍ତାନର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବ୍ୟବହାର କରାଯିବ ବୋଲି ପାକିସ୍ତାନ ସରକାର କହିଛନ୍ତି ।
ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଧ୍ୟକ୍ଷତାରେ ବସିଥିବା ପାକିସ୍ତାନ ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ମାନଚିତ୍ରକୁ ମଂଜୁରୀ ଦିଆଯାଇଛି । ଏହି ଅବସରରେ ଇମ୍ରାନ କହିଛନ୍ତି ଯେ ଏହି ମାନଚିତ୍ର ଗତ ବର୍ଷ ଅଗଷ୍ଟ ୫ରେ ଭାରତ ସରକାର ନେଇଥିବା ପଦକ୍ଷେପର ବିରୋଧ କରି ପ୍ରସ୍ତୁତ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କଶ୍ମୀର ସମସ୍ୟାର ସମାଧାନ କେବଳ ଜାତିସଂଘ ନିରାପତ୍ତା ପରିଷଦର ରିଜୋଲ୍ୟୁସନ ମାଧ୍ୟମରେ ହୋଇପାରିବ । ଏହି ଅବସରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଜାତିସଂଘ ତଦାରଖରେ କଶ୍ମୀରରେ ଏକ ଜନମତ ହେବା ଆବଶ୍ୟକ । ଏହା ଦ୍ୱାରା କଶ୍ମୀରବାସୀଙ୍କୁ ଆତ୍ମ ନିର୍ଦ୍ଧାରଣର ସୁଯୋଗ ମିଳିବ ।

 

Leave A Reply

Your email address will not be published.