Latest Odisha News

ଯେଉଁ ଦେଶରେ କୁକୁର ସାଜେ କାର୍ ସେଲ୍ସମ୍ୟାନ୍ !

ଭୁବନେଶ୍ୱର: ଏବେ ସାଧାରଣ ନୁହେଁ ଅସାଧାରଣ ଉପରେ ଲୋକଙ୍କ ନଜର । ମଣିଷ ନୁହେଁ କୁକୁର ସେଲ୍ସମ୍ୟାନ୍ ଉପରେ ସାରା ବିଶ୍ୱର ନଜର । ପଢିବାକୁ ଅଡୁଆ ଲାଗୁଥିଲେ ବି ଏକ ପ୍ରତିଷ୍ଠିତ ବ୍ରାଣ୍ଡର କାର୍ ସୋ’ରୁମରେ ଜଣେ କୁକୁରକୁ ସେଲ୍ସମ୍ୟାନ ବନାଇବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ବ୍ରାଜିଲ୍‌ର ହୁଣ୍ଡାଇ କାର୍ ସୋ’ରୁମ ଏକ କୁକୁରକୁ ସେଲ୍ସମ୍ୟାନ ଭାବେ ନିଯୁକ୍ତି ଦେଇଥିବା ନେଇ ସୋସିଆଲ ମିିଡିଆରେ ଶେୟାର କରିଛି । ତେବେ ଏହି ଘଟଣା ପଛରେ ବିଶେଷ କିଛି କାରଣ ନାହିଁ । କୁକୁରଟି ସୋ’ରୁମ ବାହାରେ ପ୍ରତିଦିନ ବସୁଥିବାର ଦେଖି, ସୋ’ରୁମ ଅଧିକାରୀ ମାନେ କିଛି ଏପରି ନିଷ୍ପତ୍ତି ନେଇଥିଲେ ।

ତେବେ ଖାଲି ପାହ୍ୟା ନୁହେଁ ବରଂ ସୋ’ରୁମ୍ ଅଧିକାରୀ ନିଜ ନୂଆ ସେଲ୍ସମ୍ୟାନକୁୁ ଆଇଡେଣ୍ଟିଟି କାର୍ଡ ବି ଜାରି କରିଛନ୍ତି । ଦରମା ବାବଦକୁ ପ୍ରତିଦିନ ଏହି କୁକୁରକୁ ସୋ’ରୁମ ଅଧିକାରୀ ଖାଇବାକୁ ଦେଉଛନ୍ତି । କାମ ବି ବିଶେଷ କିଛି ନାହିଁ । ତେବେ ସୋ’ରୁମ୍‌ରେ ବୁଲାବୁଲି କରିବା ପାଇଁ ମଧ୍ୟ ଏହି ନିଆରା ସେଲ୍ସମ୍ୟାନକୁ ଅନୁମତି ମିଳିଛି ।

Leave A Reply

Your email address will not be published.