Latest Odisha News

BREAKING NEWS

ଭାରତକୁ ପରୋକ୍ଷରେ ଧମକ ଦେଲେ ପାକ ଆର୍ମି ଚିଫ

କରାଚୀ: ପାକିସ୍ତାନର ନୂତନ ଆର୍ମି ଚିଫ ଜେନରାଲ ଅସିଫ ମୁନୀର ରବିବାର ପରୋକ୍ଷରେ ଭାରତକୁ ଧମକ ଦେଇଛନ୍ତି । ସେ ଏଲଓସି ନିକଟରେ କହିଥିଲେ, ଆମେ ଲକ୍ଷ୍ୟ କରୁଛୁ ଭାରତ ଜମ୍ମୁ-କଶ୍ମୀର, ଗିଲଗିଟ ଓ ବାଲଟିସ୍ତାନକୁ ନେଇ କେତେକ ଆପତିଜନକ ବୟାନ ଦେଉଛି । ଭାରତ ମନେ ମନେ ଯାହା ଭାବୁଛି ତାହାକୁ ଆମେ ସହଜରେ ସଫଳ କରାଇ ଦେବୁ ନାହିଁ । ସେ ପରୋକ୍ଷରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନକୁ ଟାର୍ଗେଟ କରି ଏହା କହିଛନ୍ତି । ନିଜ ଦେଶର କିପରି ସୁରକ୍ଷା କରାଯାଏ ତାହା ଆମକୁ ଭଲ ଭାବେ ଜଣା ବୋଲି ସେ କହିଛନ୍ତି ।

BjdElectrycity

ନିକଟରେ ଏକ କାର୍ଯ୍ୟକ୍ରମରେ ରାଜନାଥ ଭାରତ ଆବଶ୍ୟକ ପଡିଲେ ଗିଲଗିଟ ଓ ବାଲଟିସ୍ତାନ ପର୍ଯ୍ୟନ୍ତ ପଂହଚିପାରିବ । ସୂଚନାଯୋଗ୍ୟ, ଗତ ସପ୍ତାହରେ ଅସିଫଙ୍କୁ ପାକିସ୍ତାନର ୧୭ତମ ଆର୍ମି ଚିଫ ଭାବେ ନିଯୁକ୍ତ କରାଯାଇଛି । ଅସିଫ ସର୍ବଦା ଭାରତ ବିରୋଧୀ ମନୋଭାବ ନେଇ ପରିଚିତ । ସେ ଗିଲଗିଟ ଓ ବାଲଟିସ୍ତାନ ଅଂଚଳ ସହ ଭଲ ଭାବେ ପରିଚିତ ହୋଇଥିବାରୁ ପାକିସ୍ତାନ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି ।

Leave A Reply

Your email address will not be published.