Latest Odisha News

BREAKING NEWS

ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସ ହେବ ଇ-ହସ୍ପିଟାଲ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ ଆଜି ବହୁମୁଖୀ ବିଲ୍ଡିଂ ଉଦଘାଟିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବଣୀ ପାୱାର ଏମ୍ସର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିଛନ୍ତି । ରୋଗୀ ରେଫର୍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ୍ ସହ ସମନ୍ୱୟ ରଖିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ।

ଭୁବନେଶ୍ୱର ଏମ୍ସରେ ରେନାଲ୍ ଟ୍ରାନ୍ସପ୍ଲାଣ୍ଟ ସେବା ଆରମ୍ଭ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଭୁବନେଶ୍ୱର ଏମ୍ସରେ ଦୈନିକ ୧୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ରୋଗୀ ସେବାକୁ ଆହୁରି ବ୍ୟବସ୍ଥିତ କରିବା ଲାଗି ଭୁବନେଶ୍ୱର ଏମ୍ସରେ ରୋଗୀ ପଞ୍ଜିକରଣ ସମ୍ପୂର୍ଣ୍ଣ ଅନଲାଇନ୍ କରାଯିବ ବୋଲି ସେ କହିଛନ୍ତି ।

ଆସନ୍ତାବର୍ଷରୁ ଓପିଡି ପାଇଁ ପଞ୍ଜିକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନଲାଇନ୍ କରାଯିବ । ଇ-ହସ୍ପିଟାଲ୍ ହେବା ଦ୍ୱାରା ଗୋଟିଏ କ୍ଲିକରେ ରୋଗୀଙ୍କ ବାବଦରେ ସମସ୍ତ ତଥ୍ୟ ଡାକ୍ତର ପାଇ ପାରିବେ । ଏବେ ଭୁବନେଶ୍ୱର ଏମ୍ସ ପାଇଁ ଓପିଡି ପଞ୍ଜିକରଣ ଇ-ସ୍ୱାସ୍ଥ୍ୟ ଜରିଆରେ ଅନଲାଇନରେ ହେଉଥିବା ବେଳେ ଟିକେଟ୍ କାଉଣ୍ଟରରୁ ପୁଣି ଥରେ ଟିକେଟ୍ ନେବାକୁ ପଡ଼ୁଛି ।

Leave A Reply

Your email address will not be published.