Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାରୁ ବାସନ୍ଦ ହେଲେ ପାକିସ୍ତାନର ସ୍ୱର୍ଣ୍ଣ ପଦକ ବିଜେତା ଅଲିମ୍ପିଆନ

ଲାହୋର: ପାକିସ୍ତାନ ହକି ଫେଡେରେଶନ ପୂର୍ବତନ ଅଲିମ୍ପିଆନ ରଶିଦ ଉଲ ହାସନଙ୍କୁ ୧୦ ବର୍ଷ ପାଇଁ ବାସନ୍ଦ କରିଛି । ୧୯୮୪ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପାକିସ୍ତାନ ଟିମର ସେ ସଦସ୍ୟ ଥିଲେ । କିଛି ଦିନ ତଳେ ପାକିସ୍ତାନ ହକିର ପତନ ପାଇଁ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ । ସେଥିପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅନୁମାନ କରାଯାଉଛି । ରଶିଦ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଦି ଡନରେ ପ୍ରକାଶିତ ଖବର ଅନୁସାରେ ଇମ୍ରାନଙ୍କ ପ୍ରତି ସେ ଅପମାନସୂଚକ ବାକ୍ୟ ବ୍ୟବହାର କରିଥିଲେ । ଏହା ପରେ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ପିଏଚଏଫ ନିକଟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଫୋନ ଆସିଥିଲା ।

Comments are closed, but trackbacks and pingbacks are open.