ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପ୍ରିଲ ୨୨ ତାରିଖରେ ପହଲଗାମରେ ୨୬ ଜଣ ନିରୀହ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଖୋଜିବା ଏବଂ ଦଣ୍ଡ ଦେବାରେ ଭାରତ କୌଣସି କସରତ ଛାଡୁନାହିଁ। ଅନ୍ୟପକ୍ଷରେ, ପାକିସ୍ତାନ ସମର୍ଥିତ ହ୍ୟାକର ଗ୍ରୁପ୍ଗୁଡ଼ିକ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ସାଇବର ମୋର୍ଚ୍ଚା ଖୋଲିବାକୁ ବିଫଳ ପ୍ରୟାସରେ ଲିପ୍ତ ଅଛନ୍ତି।
ଏହି ପ୍ରଯୁକ୍ତିବିଦ୍ୟା ଯୁଗରେ, ଯୁଦ୍ଧ ଲଢ଼ିବାର କୌଶଳ ମଧ୍ୟ ବଦଳି ଯାଇଛି। କାରଣ ଏହି ନୂତନ ଟେକ୍ନୋଲଜି ଯୁଗରେ ଭୂମିରେ ପରେ କିନ୍ତୁ ଇଣ୍ଟରନେଟରେ ଶୀଘ୍ର ଯୁଦ୍ଧ ଆରମ୍ଭ ହେଇଯାଉଛି। ଭାରତର ଉଭୟ ପଡ଼ୋଶୀ ଦେଶ ସର୍ବଦା ଭାରତୀୟ ସେନାର ୱେବସାଇଟ୍ ହ୍ୟାକ୍ କରିବାକୁ ଚେଷ୍ଟା କରନ୍ତି। ପହଲଗାମ ଆକ୍ରମଣ ପରେ ଏହା ଆହୁରି ବୃଦ୍ଧି ପାଇଛି। ଭାରତୀୟ ସେନାର ସରକାରୀ ୱେବସାଇଟ୍ ୧୦୦% ସୁରକ୍ଷିତ। ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରୁ କାର୍ଯ୍ୟ କରୁଥିବା Cyber Group HOAX1337 ଏବଂ “National Cyber Crew” ଭଳି ଗ୍ରୁପ୍ଗୁଡ଼ିକ ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ଅନେକ ସମ୍ବେଦନଶୀଳ ୱେବସାଇଟ୍ ଉପରେ ସାଇବର ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି। ଯାହାକୁ ସମୟ ଥାଇ ପଣ୍ଡ କରାଯାଇଛି। ହ୍ୟାକର୍ସମାନେ ସେନା ସମ୍ବନ୍ଧୀୟ ସ୍କୁଲଗୁଡ଼ିକର ୱେବସାଇଟ୍ ଉପରେ ଆକ୍ରମଣ ଜାରି ରଖିଛନ୍ତି।
ସବୁଠାରୁ ସଦ୍ୟତମ ଘଟଣା ଗୁରୁବାରର, ଯେତେବେଳେ ଆର୍ମି ପବ୍ଲିକ୍ ସ୍କୁଲ୍ ନାଗ୍ରୋଟା ଏବଂ ଆର୍ମି ପବ୍ଲିକ୍ ସ୍କୁଲ୍ ଶୁଞ୍ଜୁୱାର ୱେବସାଇଟ୍ଗୁଡ଼ିକୁ ହ୍ୟାକ କି ବିକୃତ କରିବାକୁ ଚେଷ୍ଟା କରାଯାଇଥିଲା। ପାକିସ୍ତାନୀ ହ୍ୟାକର୍ସମାନେ ଏହି ଦୁଇଟି ୱେବସାଇଟ୍ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ। ଏହା ବ୍ୟତୀତ, ୱେବସାଇଟ୍କୁ ୧୩୦ଟି ପରମାଣୁ ବୋମାର ଧମକ ସହିତ ଏକ ବର୍ତ୍ତା ମଧ୍ୟ ଦିଆଯାଇଥିଲା। ସେମାନଙ୍କର ଲକ୍ଷ୍ୟ ଥିଲା ଏହି ସାଇଟଗୁଡ଼ିକୁ ହ୍ୟାକ୍ କରିବା ଏବଂ ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ଅପମାନିତ କରୁଥିବା ବାର୍ତ୍ତା ପୋଷ୍ଟ କରିବା। କିନ୍ତୁ, ଭାରତୀୟ ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକର ସତର୍କତା ଯୋଗୁ ଏହି ପ୍ରୟାସଗୁଡ଼ିକ ବିଫଳ ହୋଇଥିଲା।
୧୦ ଦିନ ପୂର୍ବେ ପହଲଗାମ ନିକଟସ୍ଥ ବୈସାରନ ଘାଟିରେ ଘଟିଥିବା ଭୟଙ୍କର ହତ୍ୟାକାଣ୍ଡ ପରଠାରୁ, ପାକିସ୍ତାନ-ଭିତ୍ତିକ ସାଇବର ଅପରାଧୀମାନଙ୍କ ଦ୍ୱାରା ଭାରତୀୟ ୱେବସାଇଟ୍ ହ୍ୟାକ୍ କରିବା ପାଇଁ ପ୍ରୟାସ ବୃଦ୍ଧି ପାଇଛି। ଟାର୍ଗେଟ କରାଯାଇଥିବା ୱେବସାଇଟ ମଧ୍ୟରେ ଆର୍ମି ପବ୍ଲିକ୍ ସ୍କୁଲ (APS) ଶ୍ରୀନଗର, APS ରାଣୀଖେତ, ସେନା କଲ୍ୟାଣ ଗୃହ ସଂଗଠନ (AWHO) ଡାଟାବେସ୍ ଏବଂ ଭାରତୀୟ ବାୟୁସେନା ପ୍ଲେସମେଣ୍ଟ ସଂଗଠନ ପୋର୍ଟାଲ ଅନ୍ତର୍ଭୁକ୍ତ।
ଗୁରୁବାର ଦିନ ହୋଇଥିବା ସାଇବର ଆକ୍ରମଣ ଉଦ୍ୟମ ପାକିସ୍ତାନ-ଭିତ୍ତିକ ହ୍ୟାକର୍ ଗୋଷ୍ଠୀ ‘ସାଇବର ଗ୍ରୁପ୍ HOAX1337’ ଏବଂ ‘ନ୍ୟାସନାଲ୍ ସାଇବର କ୍ରୁ’ ଦ୍ୱାରା କରାଯାଇଥିଲା। ମଜାଦାର କଥା ହେଉଛି ପାକିସ୍ତାନୀ ହ୍ୟାକର୍ସ ଏଥିରେ ମଧ୍ୟ ସଫଳ ହୋଇପାରିଲେ ନାହିଁ। ପାକିସ୍ତାନ ଏତେ ତଳକୁ ଖସିଯାଇଛି ଯେ ସେ ସେନା ସହିତ ଜଡିତ ସ୍ୱାୟତ୍ତ ପ୍ରତିଷ୍ଠାନ ଏବଂ ପୂର୍ବତନ ସୈନିକ କିମ୍ବା ସେମାନଙ୍କ ପିଲାମାନଙ୍କ ସହିତ ଜଡିତ ୱେବସାଇଟ୍ ଗୁଡ଼ିକୁ ମଧ୍ୟ ଛାଡୁନାହାଁନ୍ତି।
ଏକ ପାକିସ୍ତାନୀ ହ୍ୟାକର ଗୋଷ୍ଠୀ ଆର୍ମି ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ୱେବସାଇଟ୍ ଏବଂ ଭାରତୀୟ ବାୟୁସେନାର ଭେଟେରାନ୍ସଙ୍କ ୱେବସାଇଟ୍ ହ୍ୟାକ୍ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ଏଥିରେ ବି ସେ ବିଫଳ ହେଲା। ବିଶେଷ କଥା ହେଉଛି ଯେଉଁ ୱେବସାଇଟ୍ ଉପରେ ଆକ୍ରମଣ ହେଉଛି, ସେଗୁଡ଼ିକ ଭାରତୀୟ ସେନାର ସୁରକ୍ଷିତ ନେଟୱାର୍କ ସହିତ ସଂଯୁକ୍ତ ନୁହେଁ।
Comments are closed.