Latest Odisha News

BREAKING NEWS

୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ଅବଦ୍ଦୁଲ ରହେମନ ମକ୍କୀର ମୃତ୍ୟୁ

ଲାହୋର: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ଶଳା ଏବଂ ପ୍ରତିବନ୍ଧିତ ଜମାତ-ଉଦ-ଦାବାର ଉପ ପ୍ରମୁଖ ହାଫିଜ ଅବଦ୍ଦୁଲ ରହେମନ ମକ୍କୀର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଜମାତ-ଉଦ-ଦାବା (ଜେୟୁଡି) ଅନୁଯାୟୀ ଅବଦୁଲ ରେହମାନ ମକ୍କୀ ଗତ କିଛି ଦିନ ହେବ ଅସୁସ୍ଥ ଥିଲା ଏବଂ ଲାହୋରର ଏକ ଘରୋଇ ଡାକ୍ତରଖାନାରେ ଉଚ୍ଚ ମଧୁମେହରେ ଚିକିତ୍ସିତ ହେଉଥିଲା ।

ଜଣେ ଜେୟୁଡି ଅଧିକାରୀ କହିଛନ୍ତି ଯେ, ଆଜି ସକାଳେ ମକ୍କୀ ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା । ୨୬/୧୧ ମୁମ୍ବାଇ ଆକ୍ରମଣର ଅପରାଧୀ ଅବଦୁଲ ରେହମାନ ମକ୍କୀକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରାଯାଇଛି । ସେ ମଧ୍ୟ ଭାରତରେ ମୋଷ୍ଟ ଓ୍ବାଣ୍ଟେଡ ଥିଲା । ସେ ଆତଙ୍କବାଦୀ ପାଣ୍ଠିରେ କାମ କରୁଥିଲା ।

ସୂଚନାଯୋଗ୍ୟ ଯେ, ମକ୍କୀକୁ ଆତଙ୍କବାଦ ବିରୋଧୀ କୋର୍ଟ ୨୦୨୦ରେ ଆତଙ୍କବାଦ ଫଣ୍ଡିଂ ରେ ଛଅ ମାସ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପାକିସ୍ତାନ ମୁତ୍ତାହିଦା ମୁସଲିମ ଲିଗ୍ (ପିଏମଏଲ୍) ଏକ ବିବୃତ୍ତିରେ କହିଛି ଯେ, ମକ୍କୀ ପାକିସ୍ତାନୀ ବିଚାରଧାରାର ସମର୍ଥକ ଥିଲା । ତାର ସମସ୍ତ ସମ୍ପତ୍ତି ମଧ୍ୟ ଜବତ କରାଯାଇଛି ।

ମକ୍କୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୈଇବା ର ବୈଦେଶିକ ସମ୍ପର୍କ ବିଭାଗର ମୁଖ୍ୟ ମଧ୍ୟ ରହିଥିଲା । ଯଦି ଜାତିସଂଘର ୱେବସାଇଟକୁ ବିଶ୍ୱାସ କରାଯାଏ, ତେବେ ସେ ଲଶ୍କର ଏବଂ ଜମାତ-ଉଦ-ଦାୱାରେ ମୁଖ୍ୟ ପଦରେ ରହିଥିଲା । ଭାରତରେ ଅନେକ ବଡ଼ ଆକ୍ରମଣ ଯଥା ଲାଲ କିଲ୍ଲା, ରାମପୁର, ବାରାମୁଲ୍ଲା ଏବଂ ଶ୍ରୀନଗର ଆକ୍ରମଣରେ ସମ୍ପୃକ୍ତ ଥିବା କୁହାଯାଉଛି ।

Comments are closed.