Latest Odisha News

ରାଫେଲକୁ ଟକ୍କର ଦେବା ପାଇଁ ପାକିସ୍ତାନ କିଣିବ ଜେ-୧୦ସି ଜେଟ୍

ଇସଲାମବାଦ: ଭାରତକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି ପାକିସ୍ତାନ । ତେଣୁ ଚୀନ ସହ ପୁଣି ପାକିସ୍ତାନ ମେଣ୍ଟ କରିଛି । ଭାରତର ରାଫେଲକୁ ଚେକ୍ ଦେବାକୁ ପାକିସ୍ତାନ ଚୀନଠାରୁ କିଣିବ ୨୫ଟି ଶକ୍ତିଶାଳୀ ଲଢୁଆ ଜେଟ୍ । ଯାହାର ନାଁ ଜେ-୧୦ ସି । ୩ ମାସ ମଧ୍ୟରେ ପାକିସ୍ତାନ ଏହି ଜେଟ୍ ଆଣିବ । ଜେ-୧୦ସି ତୁଳନାରେ ରାଫେଲ ଅଧିକ ଆଧୁନିକ । ଏହାର ସୁପିରିୟର ସେନସର ସେନସର, ଇଲେକ୍ଟ୍ରୋନିକ ୱାରଫେର ସିଷ୍ଟମ ଉନ୍ନତ ।

ମାର୍ଚ୍ଚ ୨୩ରେ ଆୟୋଜିତ ଫ୍ଲାଏ ଫାଷ୍ଟ କାର୍ଯ୍ୟକ୍ରମରେ ଏହା ଅଂଶଗ୍ରହଣ କରିବ ବୋଲି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ‘ଏହି ଜେ-୧୦ସି ଜେଟ୍ ଭାରତର ରାଫେଲକୁ ଟକ୍କର ଦେବ । ବର୍ତ୍ତମାନ ଚୀନର ବାୟୁସେନା ଏହି ଜେ-୧୦ସି ଲଢୁଆ ବିମାନକୁ ଯୁଦ୍ଧରେ ବ୍ୟବହାର କରୁଛି । ସୀମାନ୍ତର ବିଭିନ୍ନ ସ୍ଥାନରେ ଏହି ଶକ୍ତିଶାଳୀ ଜେଟକୁ ମୁତୟନ କରିଛି ଚୀନ । ଚୀନ ପାକିସ୍ତାନକୁ ଏହି ଜେଟ୍ ବିକ୍ରି ଘଟଣା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.