Latest Odisha News

BREAKING NEWS

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ

ନବରଙ୍ଗପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ କାରବାର । ପୁଣି ନବରଙ୍ଗପୁରରୁ ଜବତ ହେଲା ଗଞ୍ଜେଇ । ବୋଲେରୋ ଓ କାର ଯୋଗେ ଚୋରାଚାଲାଣବେଳେ ୨୭୩କେଜି ଗଞ୍ଜେଇ ଜବତ କରିଛି ପାପଡ଼ାହାଣ୍ଡି ପୋଲିସ । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ବୋଲେରୋରେ ଗଞ୍ଜେଇ ବୋଝେଇ ହୋଇ ରାଇଘରକୁ ଯାଉଥିଲା । ଏହି ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଯାଞ୍ଚ କରି ଦୁଇଟି ଗାଡ଼ିକୁ ଧରିଥିଲା ।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ତୁମ୍ବର୍ଲା ଫାଣ୍ଡି ରାସ୍ତାରେ ଯାଞ୍ଚ ସମୟରେ ଏକ ବୋଲେରୋରେ ଗଞ୍ଜେଇ ଚୋରା ଚାଲାଣବେଳେ ପୋଲିସ ଗଞ୍ଜେଇ ସହ ଗାଡ଼ିକୁ ଜବତ କରିଛି । ଏହାସହ ଅଭିଯୁକ୍ତ କାର୍ତ୍ତିକ ବଡ଼ନାୟକଙ୍କୁ ଅଟକ ରଖିଛି । ଅଭିଯୁକ୍ତ ଜଣକ ଲମତାପୁଟର ବୋଲି ଜଣାପଡ଼ିଛି । ବୋଲେରୋକୁ ଏସକର୍ଟ ଦେଉଥିବା ଏକ କାରକୁ ମଧ୍ୟ ଜବତ ହୋଇଛି ।

ମାଜିଷ୍ଟ୍ରେଟ ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ପୋଲିସକୁ ଦେଖି କାରର ଜଣେ ଓ ବୋଲେରୋର ଜଣେ ବ୍ୟକ୍ତି ଚମ୍ପଟ ମାରିଥିଲେ । ଏହି ସମୟରେ ଆଇଆଇସି ଶୁଭେନ୍ଦୁ ଶବର, ଏସଆଇ ଶିବଜୀ ପଣ୍ଡା, ଏସଆଇ ଶୁଭେନ୍ଦୁ ବେହେରା ଉପସ୍ଥିତ ଥିଲେ । ଏନେଇ କେସ୍ ନମ୍ବର ୨୦୫/୨୧ରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.