Latest Odisha News

BREAKING NEWS

ଭାରତରେ ଦିନିକିଆ ବିଶ୍ୱକପ ମ୍ୟାଚ ଖେଳିବନି ପାକିସ୍ତାନ !

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲର ଜେନେରାଲ ମ୍ୟାନେଜର ୱାସିମ ଖାଁ ଆଗାମୀ ଦିନିକିଆ ବିଶ୍ୱକପ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ ଖେଳିପାରେ । ଗତ ସପ୍ତାହରେ ଏସିସି ଏସିଆ କପ ୨୦୨୩ ଆୟୋଜକ ବିବାଦ ସମସ୍ୟାକୁ ସମାଧାନ କରିଥିଲା । ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପରେ ଭାରତ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ ଖେଳିବ । ଯଦି ଭାରତରେ ଫାଇନାଲରେ ପ୍ରବେଶ କରେ ତାହାହେଲେ ବି ନ୍ୟୁଟ୍ରାଲ ଭେନ୍ୟୁରେ ଏହା ଖେଳାଯିବ । ଏହା ପରେ ପାକିସ୍ତାନ ୨୦୨୩ ବିଶ୍ୱକପ ଭାରତରେ ନ ଖେଳି ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବ ବୋଲି ଉଦ୍ୟମ ଆରମ୍ଭ କରିଛି ।

ଏହାପରେ ୨୦୨୫ରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ନ୍ୟୁଟ୍ରାଲ ଭେନ୍ୟୁ ପଦ୍ଧତି ଲାଗୁ କରାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ସମ୍ବନ୍ଧ ଖରାପ ହେବା ଯୋଗୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଉ ନାହିଁ । ପ୍ରାୟ ଏକ ଦଶନ୍ଧି ଧରି ଉଭୟ ଟିମ ଆଇସିସି ଓ ଏସିସି ଟୁର୍ଣ୍ଣାମେଂଟରେ ଖେଳୁଛନ୍ତି ।

Leave A Reply

Your email address will not be published.