Latest Odisha News

BREAKING NEWS

ଟଙ୍କା ପାଇଁ ବିଶ୍ଵ ଆଗରେ ପାକିସ୍ତାନର ଭିକ ପୋଷ୍ଟ: କହିଲା, ଏକ୍ସ ହ୍ୟାକ….

ନୂଆଦିଲ୍ଲୀ: ପାକିସ୍ତାନର ସବୁ ଯୋଜନା ଭାରତ ପଣ୍ଡ କରିବା ପରେ ଏବେ କାଳେ ଦେବାଳିଆ ହେଲାଣି ପାକିସ୍ତାନ। ବିଶ୍ବବ୍ୟାଙ୍କ ପାଖରେ ଅଧିକ ଟଙ୍କା ପାଇଁ ହାତ ପତାଉଛି। ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ନିବେଦନ କରୁଥିବା ଏଭଳି ଏକ ପୋଷ୍ଟ ଭାଇରାଲ ହେବା ପରେ ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ଏନେଇ ସ୍ପଷ୍ଟ କରିଛି। ଦାବି କରିଛି ଶୁକ୍ରବାର ଦିନ ଏହାର ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଏନେଇ ମନ୍ତ୍ରଣାଳୟ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସକୁ ସେ ଏଭଳି କିଛି ଟ୍ୱିଟ୍ କରିନାହିଁ ବୋଲି କହିଛି ଏବଂ ଉକ୍ତ ଏକ୍ସ ଆକାଉଣ୍ଟକୁ ବନ୍ଦ କରିବା ପାଇଁ କାମ କରୁଛି।

ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଆଜି ପାକିସ୍ତାନ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟର ଏକ ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ମନ୍ତ୍ରଣାଳୟର ଟ୍ୱିଟ୍ କରି, ଭାରତ ପ୍ରତିଶୋଧ ନେଉଛି କହି, ଭାରତ ସହିତ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବାକୁ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଆହ୍ୱାନ କରିଥିଲା। ଏଥିସହିତ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ନିବେଦନ କରିଥିଲା। ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ସମୋଲୋଚନାର ଶିକାର ହୋଇଥିଲା ପାକିସ୍ତାନ। ଯାହା ପରେ ଏନେଇ ସ୍ପଷ୍ଟୀକରଣ ରଖି ଏହାର ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି ବୋଲି ଦାବି କରିଛି।

ତେବେ କହିରଖୁଛୁ, ଅପରେସନ ସିନ୍ଦୂର ପରେ ଆକ୍ରମଣାତ୍ମକ ହୋଇଉଠିଛି ପାକିସ୍ତାନ। ଭାରତର ସାମରିକ, ଅଣସାମରିକ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି, ଯେତେବେଳେ କି ଭାରତ କେବଳ ଆତଙ୍କୀ ଆଡ୍ଡାକୁ ହିଁ ହମଲା କରିଥିଲା। କିନ୍ତୁ ଭୟଭୀତ ଥିବା ପାକିସ୍ତାନ ଦିଶାହିନ ଭାବେ ଆକ୍ରମଣ ଜାରି ରଖିଛି। ଗତକାଲି ରାତିରେ, ପାକିସ୍ତାନ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ସହିତ ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିବା ସମୟରେ, ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟଗୁଡ଼ିକ ଏକ ବଡ଼ ଧରଣର ପ୍ରତି-ଡ୍ରୋନ ଅଭିଯାନରେ ୫୦ ରୁ ଅଧିକ ଡ୍ରୋନକୁ ସଫଳତାର ସହ ନିଷ୍କ୍ରିୟ କରିଛନ୍ତି। ଉଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗ୍ରୋଟା ଏବଂ ପଠାନକୋଟ ସମେତ ପ୍ରମୁଖ ଅଞ୍ଚଳରେ ଏହି ଅଭିଯାନ କରାଯାଇଥିଲା। ଏହି ପ୍ରତିକ୍ରିୟାରେ L-70 ବନ୍ଧୁକ, Zu-23mm ତୋପ, ଚିଲକା ସିଷ୍ଟମ ଏବଂ ଉନ୍ନତ ପ୍ରତି-ଅଣମାନବ ବାୟୁ ପ୍ରଣାଳୀ (UAS) ର ବ୍ୟାପକ ମୁତୟନ କରାଯାଇଥିଲା। ଏଥିସହିତ ଭାରତ ମଧ୍ୟ ଲଗାତାର ପାକିସ୍ତାନର ପ୍ରମୁଖ ସହର କରାଚି, ପିଣ୍ଡି, ଲାହୋରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି।

ପୂର୍ବରୁ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀର (POK)ରେ ନଅଟି ଆତଙ୍କବାଦୀ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଛି, ଯେଉଁଥିରେ ଜୈଶ-ଏ-ମହମ୍ମଦର ଗଡ଼ ବାହାବଲପୁର ଏବଂ ଲସ୍କର-ଏ-ତୈବାର ମୁରିଦକେ ଘାଟି ଅନ୍ତର୍ଭୁକ୍ତ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଅପରେସନ ସିନ୍ଦୂର ଅଧୀନରେ ଏହି ଆକ୍ରମଣ କରାଯାଇଥିଲା।

ସେପଟେ ପାକିସ୍ତାନର ଆର୍ଥିକ ମାନ୍ଦବସ୍ଥା ସାଙ୍ଗକୁ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଅଭାବ ଏବେ ତା ଉପରେ ଦାଉ ସାଧୁଛି। ଭାରତ ତାର ଗୋଟେ ପରେ ଗୋଟେ ବଡ଼ ବଡ଼ ମିଶାଇଲକୁ ଧୂଳି ଚଟାଇବା ପରେ ଏବେ ବିଚଳିତ ହୋଇଛି ପାକ୍ ସେନା।

ପାକିସ୍ତାନ ବିଫଳ

ଗୁରୁବାର ଅପରାହ୍ନରେ, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ସଶସ୍ତ୍ର ବାହିନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରି ଦେଶର ଉତ୍ତର ଏବଂ ପଶ୍ଚିମ ଭାଗର ୧୫ଟି ସହରରେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାର ପାକିସ୍ତାନର ପ୍ରୟାସକୁ ବିଫଳ କରିଛି। ରାତିରେ, ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏକ ବିପଜ୍ଜନକ ସ୍ତରକୁ ବୃଦ୍ଧି କରିଛି। ଜମ୍ମୁ, ଉଧମପୁର, ଗୁରୁଦାସପୁର ଏବଂ ଚଣ୍ଡିଗଡ଼ ସମେତ ଅନେକ ସହରରେ ଆକ୍ରମଣ ଏବଂ ବ୍ଲାକଆଉଟ୍ ଦେଖିବାକୁ ମିଳିଛି।ଏହାର ଜବାବରେ, ଭାରତ ଲାହୋରରେ କାମିକାଜେ ଡ୍ରୋନ ଉନ୍ମୋଚନ କରିଥିଲା ଏବଂ ଏକ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଥିଲା।

ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଭାରତୀୟ ସେନା ଶୁକ୍ରବାର ନିୟନ୍ତ୍ରଣ ରେଖା (LoC) ରେ ଭାରତୀୟ ଆକ୍ରମଣରେ ଏକ ପାକିସ୍ତାନୀ ସାମରିକ ପୋଷ୍ଟ ଧ୍ୱଂସ ହେବାର ପ୍ରଥମ ଦୃଶ୍ୟ ସେୟାର କରିଛି। ସେନା କହିଛି ଯେ ଏହା ଉଭୟ ଦେଶ ମଧ୍ୟରେ ପୂର୍ଣ୍ଣ ସାମରିକ ସଂଘର୍ଷର ଆଶଙ୍କା ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରର ପଶ୍ଚିମ ସୀମାରେ ପାକିସ୍ତାନୀ ସୈନ୍ୟଙ୍କ ଦ୍ୱାରା ରାତାରାତି ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରଭାବଶାଳୀ ଭାବରେ ପ୍ରତିହତ କରିଛି। ଏଥିସହିତ ଏହା ମଧ୍ୟ କହିଛି ଯେ ଅପରେସନ ସିନ୍ଦୁର ଅଧୀନରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସଶସ୍ତ୍ର ବାହିନୀ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନର ଉପଯୁକ୍ତ ଜବାବ ଦେଇଛି। ଯେଉଁଥିରେ ୭ ଆତଙ୍କବାଦଙ୍କ ଜୀବନ ଯାଇଛି। ସାମ୍ବାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ବିଏସଏଫ୍ ଯବାନ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୭ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି।

Comments are closed.