Latest Odisha News

BREAKING NEWS

Pak Testing N-Weapons: ସତରେ କ’ଣ ଲୁଚି ଲୁଚି ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ?, ବଢିଲା ବିଶ୍ବର ଚିନ୍ତା…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକା ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବାର ଘୋଷଣା କରିଛନ୍ତି। ଯାହାକୁ ଯୁକ୍ତଯୁକ୍ତ କରିବାକୁ ଯାଇ ବଡ ଖୁଲାସା କରିଦେଇଚନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବୟାନରେ କହିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ସକ୍ରିୟ ଭାବରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ରହିଛି । ଖାଲି ସେ ତିକି ନୁହେଁ ଟ୍ରମ୍ପ ଏହା ବି ଇଙ୍ଗିତ କରି କହିଛନ୍ତି ଯେ, ଚୀନ ଏବଂ ପାକିସ୍ତାନ ମିଶିକି ପରମାଣୁ ପରୀକ୍ଷଣ କରୁଛନ୍ତି । ଟ୍ରମ୍ପ କହିଛନ୍ତି, ରୁଷ, ଚୀନ୍, ଉତ୍ତର କୋରିଆ ଏବଂ ପାକିସ୍ତାନ ନିରନ୍ତର ପରମାଣୁ ପରୀକ୍ଷଣ କରୁଛନ୍ତି, ସେତେବେଳେ ଆମେରିକା ଆଉ ଚୁପ୍ ରହିପାରିବ ନାହିଁ। “ରୁଷ ପରୀକ୍ଷଣ କରୁଛି, ଚୀନ୍ ପରୀକ୍ଷଣ କରୁଛି। ପାକିସ୍ତାନ ମଧ୍ୟ ପରୀକ୍ଷଣ କରୁଛି, କିନ୍ତୁ ସେମାନେ ଏହାକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି ନାହିଁ। ସେମାନେ ଭୂତଳ ପରୀକ୍ଷଣ କରନ୍ତି, ତେଣୁ ବାହାରେ କେହି ଜାଣନ୍ତି ନାହିଁ। ଆପଣ ସାମାନ୍ୟ କମ୍ପନ ଅନୁଭବ କରନ୍ତି, ଏତିକି। କିନ୍ତୁ ଆମେ କରୁନାହୁଁ, ଏବଂ ଏବେ ଆମକୁ କରିବାକୁ ପଡିବ।” ଯାହାକୁ ନେଇ ପ୍ରଶ୍ନ ଉଠିଛି ଯେ, କ’ଣ ସତରେ ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି?, କ’ଣ ଏଥିରେ ପାକିସ୍ତାନକୁ ସହଯୋଗ କରୁଛି ଚୀନ? । ଏହା ଏବେ ପୁଣି ଦକ୍ଷିଣ ଏସିଆରେ ଅଶାନ୍ତିର କାରଣ ପାଲଟିଛି ।

ପରମାଣୁ ପରୀକ୍ଷଣର ପ୍ରମାଣ କି ଭୂମିକମ୍ପ?

ପାକିସ୍ତାନ ସମ୍ପର୍କରେ ଟ୍ରମ୍ପଙ୍କ ଦାବି ସନ୍ଦେହଜନକ। ଏହାର ବାସ୍ତବତା ରହିଥିବା ଅନେକ ବୁଦ୍ଧିଜୀବି ଦାବି କରିଛନ୍ତିବ । କାରଣ ମେ ମାସରେ, ପାକିସ୍ତାନ ଲଗାତାର ତିନି ଦିନ ଧରି ଭୂମିକମ୍ପରେ ଧରିଥିଲା । ଅପରେସନ୍ ସିନ୍ଦୂର ପରେ ପରେ, ପାକିସ୍ତାନ-ଆଫଗାନିସ୍ତାନ ସୀମାରେ କିଛି ଦିନ ଧରି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ସନ୍ଦେହ କରାଯାଉଥିଲା ଯେ ଏହି ଭୂମିକମ୍ପଗୁଡ଼ିକ ପାକିସ୍ତାନର ପରମାଣୁ ପରୀକ୍ଷଣ ଯୋଗୁଁ ହୋଇପାରେ, କିନ୍ତୁ କୌଣସି ଠୋସ୍ ପ୍ରମାଣ ମିଳିନଥିଲା । ହେଲେ ଏବେ ଟ୍ରମ୍ପଙ୍କ ବୟାନପରେ ସେହି ଆଶଙ୍କା ଏବେ ସତ ବୋଲି ମନେ ହେଉଛି । ଏହାବ୍ୟତୀତ ଅପରେସନ୍ ସିନ୍ଦୂର ପରେ ଆମେରିକା ଏବଂ ପାକିସ୍ତାନ ଅଧିକ ନିକଟତର ହୋଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ଟ୍ରମ୍ପଙ୍କ ନିମନ୍ତ୍ରଣରେ ହ୍ୱାଇଟ୍ ହାଉସ୍ ଗସ୍ତ କରିଥିଲେ। ଯେଉଁଥିରେ ମୁନିର କିମ୍ବା ଶହବାଜ ଟ୍ରମ୍ପଙ୍କୁ ପରମାଣୁ ପରୀକ୍ଷଣ ବିଷୟରେ ଜଣାଇବାର ସମ୍ଭାବନା ଅଧିକ। କାରଣ ପୂର୍ବରୁ ପାକିସ୍ତାନରେ କାର୍ଯ୍ୟ କରିଥିବା ଜଣେ ପୂର୍ବତନ CIA (କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା) ଅଧିକାରୀ ପ୍ରକାଶ କରିଛନ୍ତି ଯେ ପାକିସ୍ତାନର ପରମାଣୁ ଅସ୍ତ୍ର ପରିଚାଳନା ପାଇଁ ଆମେରିକା ଦାୟୀ।

ଭାରତ ଆଗରେ ପାକିସ୍ତାନ ଫିକା

ବିଶ୍ୱବ୍ୟାପୀ ପରମାଣୁ ଅସ୍ତ୍ର ଟ୍ରାକ୍ କରୁଥିବା ବିଶ୍ୱସ୍ତରୀୟ ଥିଙ୍କ୍ ଟ୍ୟାଙ୍କ୍ SIPRI (ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍)ର ସଦ୍ୟତମ ୨୦୨୫ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଅସ୍ତ୍ରାଗାରରେ ୧୭୦ ପରମାଣୁ ଅସ୍ତ୍ର ଅଛି। କିନ୍ତୁ ଭାରତ ପାଖରେ ପାକିସ୍ତାନ ତୁଳନାରେ ଟିକିଏ ଅଧିକ ପରମାଣୁ ଅସ୍ତ୍ର ଅଛି, ୧୭୨ ଟି ଅଛି । ୨୦୧୮ରେ, ପ୍ରଧାନମନ୍ତ୍ରୀ ମୋଦି ନିଜେ ପରମାଣୁ ବୁଡ଼ାଜାହାଜ INS ଅରିହନ୍ତର ପ୍ରଥମ ପାଟ୍ରୋଲିଂ ସମୟରେ ଏକ ପରମାଣୁ ତ୍ରିରାଷ୍ଟ୍ରୀୟ ଶକ୍ତି ଅର୍ଥାତ୍ ସ୍ଥଳ, ସମୁଦ୍ର ଏବଂ ଆକାଶରେ ପରମାଣୁ ଶକ୍ତି ଭାବରେ ଦେଶର ସମ୍ଭାବନା ଘୋଷଣା କରିଥିଲେ। ଯାହା ଆଗରେ ପାକିସ୍ତାନର ପରମାଣୁ ପରୀକ୍ଷଣ ଫମ୍ପା ।

ଶେଷ ଥର ପାଇଁ ପାକିସ୍ତାନ ଭାରତର ପୋଖରାନ-୨ ପରୀକ୍ଷଣର କିଛି ଦିନ ପରେ ମେ ୨୮, ୧୯୯୮ରେ ବଲୁଚିସ୍ତାନର ଚାଗାଇରେ ପ୍ରଥମ ସାର୍ବଜନୀନ ପରମାଣୁ ପରୀକ୍ଷଣ କରିଥିଲା। ଏହା ସହିତ, ଏହା ଆନୁଷ୍ଠାନିକ ଭାବରେ ନିଜକୁ ଏକ ପରମାଣୁ ଶକ୍ତି ଘୋଷଣା କରିଥିଲା। ତଥାପି, ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥା ଏବଂ ସ୍ୱାଧୀନ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପାକିସ୍ତାନ ୧୯୯୮ ପୂର୍ବରୁ ଅସ୍ତ୍ର-ଗ୍ରେଡ୍ କ୍ଷମତା ହାସଲ କରିସାରିଛି ଏବଂ ଅନେକ ଗୁପ୍ତ ଉପ-ସର୍ଟିକାଲ୍ ପରୀକ୍ଷଣ କରିଥିଲା। ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରର ସୁରକ୍ଷା ବିଷୟରେ ବାରମ୍ବାର ଅନ୍ତର୍ଜାତୀୟ ଚିନ୍ତା ପ୍ରକାଶ ପାଇଛି। ଦେଶରେ ଆତଙ୍କବାଦୀ ସଂଗଠନର ଉପସ୍ଥିତି ଏବଂ ଏହାର ଅସ୍ପଷ୍ଟ ପରମାଣୁ ନୀତି ବିପଦକୁ ବୃଦ୍ଧି କରିଛି।

Comments are closed.