Latest Odisha News

BREAKING NEWS

ଏହି ୩ଟି ସର୍ତ୍ତ ମାନିଲେ ଭାରତ ସହ ଖେଳିବ କହିଲା ପାକିସ୍ତାନ

ନୂଆଦିଲ୍ଲୀ: ଚାଲିଛି ଏବେ ଟି-୨୦ ବିଶ୍ୱକପ ମୁକାବିଲା । ଏଥିରେ ସବୁ ଦେଶ ନିଜର ସବୁଠୁ ଭଲ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଛନ୍ତି । ବିଶ୍ୱକପରୁ ବାଂଲାଦେଶ ବାହାରିଯିବା ପରେ ଏବେ ପାକିସ୍ତାନ ନୂଆ ନାଟକ ଆରମ୍ଭ କରିଛି । ପାକିସ୍ତାନ କହିବାନୁସାରେ ଆଇସିସି ଶ୍ରୀଲଙ୍କାରେ ପାକିସ୍ତାନର ସମସ୍ତ ମ୍ୟାଚ କରାଇଥିଲା । ଏହି ମ୍ୟାଚ ମଧ୍ୟରେ ଭାରତ ସହ ପାକିସ୍ତାନ ମୁକାବିଲା ମଧ୍ୟ ଥିଲା । ହେଲେ ପାକିସ୍ତାନ ଏବେ ଭାରତ ସହ ଖେଳାବିକୁ ମନା କରିଦେଇଛି ।

ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଗତକାଲି ପାକିସ୍ତାନ କ୍ରିକେଟ ବୋର୍ଡ ସହ ଆଇସିସିର ୨ଜଣିଆ ଟିମ ଆଲୋଚନା କରିଛନ୍ତି । ତେବେ ଆଲୋଚନା ବେଳେ ପାକିସ୍ତାନ ୩ଟି ସର୍ତ୍ତ ରଖିଛି । ଯଦି ଏହି ତିନୋଟି ସର୍ତ୍ତ ମାନି ନିଆଯାଏ ତେବେ ପାକିସ୍ତାନ ଭାରତ ସହ ଖେଳିବାକୁ ରାଜି ବୋଲି କୁହାଯାଇଛି । ପ୍ରଥମ ସର୍ତ୍ତ ହେଉଛି ଆଇସିସିରୁ ମିଳୁଥିବା ପାଣ୍ଠି ପାକିସ୍ତାନକୁ ଅଧିକ ଦରକାର । ଦ୍ୱିତୀୟ ସର୍ତ୍ତ ଉଭୟ ଟିମ ହାତ ମିଳାଇବା ଦରକାର ଏବଂ ତୃତୀୟ ସର୍ତ୍ତ ହେଉଛି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ହେବା ନିହାତି ଦରକାର । ଏହି ତିନୋଟି ସର୍ତ୍ତ ମାନିଲେ ଭାରତ ସହ ପାକିସ୍ତାନ ଖେଳିବାକୁ ରାଜିହେବ ବୋଲି କୁହାଯାଇଛି ।

ସେପଟେ ଆଇସିସି ତରଫରୁ ଏ ଯାଏଁ ସେମିତି କିଛି ସୂଚନା ଦିଆଯାଇନାହିଁ । ଆସନ୍ତା ୧୫ ତାରିଖରେ ମ୍ୟାଚ ହେବାକୁ ସ୍ଥିର ହୋଇଛି । ଏହି ସମୟ ପୂର୍ବରୁ ପାକିସ୍ତାନ କ୍ରିକେଟବୋର୍ଡ କିଛି ନିଷ୍ପତି ନେଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ଆଇପିଏଲରେ ମୁସ୍ତାଫିଜୁର ରେହମାନଙ୍କୁ ଭାରତରେ ଖେଳିବାକୁ ମନା କରାଯାଇଥିଲା । ଏହାପରେ ବାଂଲାଦେଶ କ୍ରିକେଟ ବୋର୍ଡ ଭାରତରେ ବିଶ୍ୱକପ ଖେଳିବାକୁ ମନା କରିଦେଇଥିଲା । ବାଂଲାଦେଶ ବିଶ୍ୱକପରୁ ବାହାରିବା ପରେ ପାକିସ୍ତାନ ଭାରତ ସହ ଖେଳିବାକୁ ମନା କରିଥିଲା । ଯଦି ପାକିସ୍ତାନ ବିଶ୍ୱକପରେ ଭାରତ ସହ ନଖେଳେ ତେବେ ୨ ଅଙ୍କ ହରାଇବା ସହ ଅନେକ ଆର୍ଥିକ କ୍ଷତି ସହିବ ।

ସବୁ ଜାଣିବା ପରେ ମଧ୍ୟ ପାକିସ୍ତାନ ସରକାର ଭାରତ ସହ ଖେଳିବାକୁ ମନା କରିଥିଲା । ଗତକାଲି ଆଇସିସି ସହ ବୈଠକ ପରେ ପାକିସ୍ତାନ ୩ଟି ସର୍ତ୍ତ ରଖିଛି । ତେବେ ଏହି ଘଟଣାରେ ଆଇସିସି ପାକିସ୍ତାନର ସବୁ ସର୍ତ୍ତ ମାନୁଛି ନା ଅନ୍ୟ କିଛି ନିଷ୍ପତ୍ତି ନେଉଛି ତାହା ସମୟ ହିଁ କହିବ ।

Leave A Reply

Your email address will not be published.