Latest Odisha News

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଆଇସିସିକୁ ସ୍ପଷ୍ଟୀକରଣ ମାଗିପାରେ ପିସିବି

ଲାହୋର: ଚାମ୍ପିୟନ୍ସ ଟ୍ରଫି କ୍ରିକେଟକୁ ନେଇ ବିବାଦ ବଢ଼ିବାୋ ଲାଗିଛି । ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଗସ୍ତରେ ଯିବାକୁ ଭାରତ ରାଜି ନ ହେବାରୁ ପିସିବି କ୍ଷୁବ୍ଧ ହୋଇଛି । ଆଇସିସି ପିସିବିକୁ ଜଣାଇଛି ଯେ, ଭାରତ ଏହି ଗସ୍ତରେ ଯିବନି । ପାକିସ୍ତାନ ଏହାର ଆୟୋଜକ ଥିବାରୁ ଭାରତ କାହିଁକି ଆସିବନି ସେ ନେଇ ସ୍ପଷ୍ଟକରଣ ମାଗିପାରେ । ଚାମ୍ପିୟନ୍ସ ଟ୍ରଫିକୁ ଆୟୋଜନ କରିବା ନେଇ ଏ ପର୍ଯ୍ୟନ୍ତ ହାଇବ୍ରିଡ ମଡେଲ ଉପରେ ଆଲୋଚନା ହୋଇନି । ଭାରତ ଏବେଠାରୁ ଏ ସମ୍ପର୍କରେ କାହିଁକି ଆଲୋଚନା କରିବାକୁ ଚାହୁଁଛି ।

ପାକିସ୍ତାନ ଗସ୍ତରେ ଭାରତ ନ ଗଲେ ଏହାର ଲୋକପ୍ରିୟତା କମିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଯାହା ପରୋକ୍ଷରେ ପିସିବିର କ୍ଷତି କରାଇବ । ୨୦୦୮ ମୁମ୍ବାଇ ବିସ୍ଫୋରଣ ପରଠାରୁ ପାକିସ୍ତାନ ଗସ୍ତରେ ଭାରତ ଯାଇନି । ଏପରିକି ଦ୍ୱିପାକ୍ଷିକ ସିରିଜ ମଧ୍ୟ ଖେଳାଯାଇନି । ଉଭୟ ଟିମ କେବଳ ଆଇସିସି ଓ ଏସିସି ମୁକାବିଲାରେ ପରସ୍ପରକୁ ଭେଟିଛନ୍ତି । ପିସିବି ଏବେ ସରକାରଙ୍କ ନିଷ୍ପତି ପରେ ଯାହା କିଛି ପଦକ୍ଷେପ ନେବେ ବୋଲି ଜଣାପଡିଛି ।

Comments are closed.