Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ

ମୁଲତାନ: ଚଳିତ ଏସିଆ କପ କ୍ରିକେଟର ପ୍ରଥମ ମ୍ୟାଚରେ ପାକିସ୍ତାନ ୨୩୮ ବୃହତ ବ୍ୟବଧାନରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଟୁର୍ଣ୍ଣାମେଂଟରେ ପାକିସ୍ତାନର ଏହା ଦ୍ୱିତୀୟ ବୃହତ ବିଜୟ । ଭାରତ ୨୦୦୮ରେ ହ ଂକଂ ବିପକ୍ଷରେ ୨୫୬ ରନର ବିଜୟ ହାସଲ କରିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ ବିନିମୟରେ ୩୪୨ ରନ କରିଥିଲା । ବାବର ଆଜମ ୧୫୧ ଓ ଇଫତିକାର ଅହମ୍ମଦ ୧୦୯ ରନର ଇନିଂସ ଖେଳିଥିଲେ । ଜବାବରେ ନେପାଳ ୨୩.୪ ଓଭରରେ ୧୦୪ ରନ କରି ଅଲଆଉଟ ହୋଇ ଯାଇଥିଲା । ଆରିଫ ଶେଖ ୨୬ ଓ ସୋମପାଲ କାମୀ ୨୮ ରନ କରିଥିଲେ ।

ପାକିସ୍ତାନ ତରଫରୁ ଶାଦବ ଖାଁ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାହୀନ ଆଫ୍ରିଦୀ ଓ ହାରିଶ ରୌଫ ୨ଟି ଲେଖାଁଏ ୱିକେଟ ନେଇଥିଲେ । ପାକିସ୍ତାନ ଦିନିକିଆ ଇତିହାସରେ ଏହା ପୂର୍ବରୁ ୨୦୧୬ରେ ଆୟର୍ଲାଣ୍ଡକୁ ୨୫୬ ଓ ୨୦୧୮ରେ ଜିମ୍ବାୱେକୁ ୨୪୪ ରନ ବୃହତ ରନ ବ୍ୟବଧାନରେ ହରାଇଥିଲା ।

Comments are closed.