Latest Odisha News

BREAKING NEWS

ପହଲଗାମ ଆକ୍ରମଣ ପରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ; କହିଲେ, ଏହା ପଛରେ ରହିଛି…

ଇସଲାମବାଦ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାରା ଦେଶରେ ଆତଙ୍କର ବାତ୍ତାବରଣ ରହିଛି । ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ ଏହି ଆକ୍ରମଣ କିଏ କରାଇଲା । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଏବେ ପଡ଼ୋଶୀ ଦେଶ ପାକିସ୍ତାନର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଯେ, ଆମର ଏହି ଆକ୍ରମଣ ସହିତ କୌଣସି ସମ୍ପର୍କ ନାହିଁ । ଆମେ ସମସ୍ତ ପ୍ରକାରର ଆତଙ୍କବାଦକୁ ପ୍ରତ୍ୟାଖ୍ୟାନ କରୁଛୁ । ଏକ ପାକିସ୍ତାନୀ ଟିଭି ନ୍ୟୁଜ୍ ଚ୍ୟାନେଲକୁ ବିବୃତ୍ତି ଦେବା ସମୟରେ ଖ୍ବାଜା ଆସିଫ୍ ଭାରତକୁ ଦୋଷ ଦେଇ କହିଛନ୍ତି ଯେ, ଏହି ଆକ୍ରମଣ ପଛରେ ଭାରତର ଲୋକମାନେ ଅଛନ୍ତି । ସେ ଆହୁରି କହିଛନ୍ତି ଯେ ଭାରତରେ, ନାଗାଲାଣ୍ଡରୁ ମଣିପୁର ଏବଂ କାଶ୍ମୀର ପର୍ଯ୍ୟନ୍ତ, ଲୋକମାନେ ସରକାରଙ୍କ ବିରୋଧରେ ଅଛନ୍ତି । ଏ ସମସ୍ତ ସ୍ଥାନରେ ଭାରତ ସରକାର ବିରୋଧରେ ବିପ୍ଳବ ଘଟୁଛି ।

ଆକ୍ରମଣଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଘଟୁଛି । ଲୋକମାନେ ନିଜର ଅଧିକାର ମାଗୁଛନ୍ତି । ହିନ୍ଦୁତ୍ବବାଦୀ ଶକ୍ତିମାନେ ଲୋକଙ୍କୁ ଶୋଷଣ କରୁଛନ୍ତି । ଏହା ତା’ ବିରୁଦ୍ଧରେ ଏକ ବିପ୍ଳବ । ଖ୍ୱାଜା ଆସିଫ ଆହୁରି କହିଛନ୍ତି ଯେ, ଭାରତ ସରକାର ଲୋକଙ୍କ ଅଧିକାରକୁ ହତ୍ୟା କରୁଛନ୍ତି । ସେ ସେମାନଙ୍କୁ ଶୋଷଣ କରୁଛନ୍ତି । ସେଥିପାଇଁ ଲୋକମାନେ ତାଙ୍କ ବିରୁଦ୍ଧରେ ଠିଆ ହୋଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆହୁରି କହିଛନ୍ତି ଯେ, ବର୍ତ୍ତମାନର ଭାରତର ସରକାର ସେଠାରେ ରହୁଥିବା ସଂଖ୍ୟାଲଘୁଙ୍କୁ ହଇରାଣ କରୁଛନ୍ତି । ଏଥିରେ ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ମୁସଲମାନ ଅନ୍ତର୍ଭୁକ୍ତ । ଲୋକଙ୍କୁ ହତ୍ୟା କରାଯାଉଛି । ଏହା ବିରୁଦ୍ଧରେ ଲୋକମାନେ ସ୍ୱର ଉତ୍ତୋଳନ କରୁଛନ୍ତି ।

Comments are closed.