Latest Odisha News

BREAKING NEWS

ପଦାରେ ପଡିଲା ଅସଲ ବନ୍ଧୁତା: ଋଣ ନ ଶୁଝିବାରୁ ପାକିସ୍ତାନ ଉପରେ ବର୍ଷିଲା ଚୀନ

ଇସଲାମବାଦ: ଆଖି ଖୋଲି ଯାଇଛି ପାକିସ୍ତାନର । ପାଇଯାଇଛି ପ୍ରକୃତ ବନ୍ଧୁର ଜବାବ । ଯାହାକୁ ବନ୍ଧୁ ବୋଲି ଭାବି ନାଚୁଥିଲା ସେ ଆଜି ବିପଦବେଳେ ପାନେ ଦେଇଛି । ଆମେ କହୁଛୁ ଚୀନ କଥା ।   ପାକିସ୍ତାନର ବିପତ୍ତିବେଳେ ସହାୟତାର ହାତ ବଢାଇବା ପରିବର୍ତ୍ତେ ଚୀନ ଦେଇଛି ବିଧା ।   ରାଜନୈତିକ ସଙ୍କଟ ସାଙ୍ଗକୁ ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନ ଅବସ୍ଥା ବେହାଲ ହୋଇ ଗଲାଣି । ଏପରି ପରିସ୍ଥିତିରେ ପାକିସ୍ତାନର ଆଇରନ ବ୍ରଦର ଚୀନ ପାକିସ୍ତାନର କଡା ସମାଲୋଚନା କରିଛି । ପାୱାର ପ୍ଲାଣ୍ଟ ବାବଦ ୧.୫ ଡଲାର ଋଣ ପାକିସ୍ତାନ ସୁଝି ନ ଥିବାରୁ ଚୀନ ଚିନ୍ତା ପ୍ରକଟ କରିଛି । ଏହି ପାୱାର ପ୍ଲାଣ୍ଟ ଚୀନ-ପାକିସ୍ତାନ ଇକନମିକ କରିଡର ବା ସିପିଇସି ଅନୁସାରେ ତିଆରି କରାଯାଇଛି । ଏଥିସହିତ  ଷ୍ଟେଟବ୍ୟାଙ୍କ ପାକିସ୍ତାନର ମୁଦ୍ରା ଆଦାନପ୍ରଦାନ  ଉପରେ  ପ୍ରତିବନ୍ଧକ ଲଗାଇଥିବାରୁ ଏହା ଉପରେ ମଧ୍ୟ କଡା ଆପତ୍ତି ଜଣାଇଛି ଚୀନ।

ଚୀନ ଦୂତାବାସର ଶୀର୍ଷ ଅଧିକାରୀ ପାଙ୍ଗ ଚୁନଶୁଇ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫଙ୍କ ବିଶେଷ ସହାୟକ  ସୈୟଦ ତାରିକ ଫତେମୀଙ୍କୁ ଏକ ପତ୍ର ଲେଖି ପାକିସ୍ତାନ ଋଣ ସୁଝି ନ ଥିବାରୁ କଡାବାଣୀ ଶୁଣାଇଛନ୍ତି । ସେତିକି ନୁହେଁ, ସୋମବାରୀ ଫତେମୀଙ୍କ ସହ ସାକ୍ଷାତ କରି ସିପିଇସି ପାୱାର ପ୍ରେଜେକ୍ଟକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷେ ଚୀନର ଜଣେ ଅଧିକାରୀ ଅଭଯୋଗ କରିଛନ୍ତି ଯେ, ଚୀନ ପାୱାର ପ୍ଲାଣ୍ଟର ହବ ସାହିବାଲ ଏବଂ ପୋର୍ଟକାସିମ ମଧ୍ୟ ମୁଦ୍ରା ବିନିମୟ ପ୍ରତିବନ୍ଧକ ଯୋଗୁ ସମସ୍ୟାରେ ପଡିଛି । ଏହାଦ୍ୱାର କୋଇଲା ଆମଦାନୀରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।

ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ଫତେମୀ କହିଛନ୍ତି, ଚୀନକୁ ବିଜୁଳି ପରିଯୋଜନାକୁ ନେଇ ଆମକୁ ୧.୫ ଅରବ ଡଲାର ଋଣ ପରିଶୋଧ କରବାକୁ ପଡିବ  ।

ଫତେମୀଙ୍କ କହିବା ଅନୁଯାୟୀ, ଏହି ପାୱାର ପ୍ଲାଣ୍ଟ ପାଇଁ ଏକ ବିଶେଷ କୋଇଲାର ଆବଶ୍ୟକତା ରହିଛି । ସ୍ଥାନୀୟ ବଜାରରୁ ଏହାକୁ କିଣିବାରେ ଅନେକ ସମସ୍ୟା ଦେଖା ଦେଇପାରେ । କୋଇଲା ନ ମିଳିବାରୁ ଏହି ପ୍ଲାଣ୍ଟ ସମ୍ପୂର୍ଣ୍ଣ କ୍ଷମତା ଦେଇ କାମ କରି ପାରୁନି । ଆଉ ଏଥିପାଇଁ ତାଙ୍କୁ ଦଣ୍ଡିତ କରଯାଉଛି ।

ଚୀନ ଅଧିକାରୀ ଜଣକ ମଧ୍ୟ କୋଇଲା ମିଳୁ ନ ଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପାକିସ୍ତାନ ଆମଦାନରେ କଟକଣା ଲଗାଇ ଥିବାରୁ ଚୀନ କମ୍ପାନୀକୁ କରାଚୀ ପୋର୍ଟରେ କ୍ଲିୟରାନ୍ସ ଦେବାରେ ସମସ୍ୟା ସୃଷ୍ଟି କରୁଛନ୍ତି । ଚୀନ ପ୍ରତିନିଧି କହିଛନ୍ତି, ତାଙ୍କ ଚିନ୍ତା ଜଏଣ୍ଟ କମିଟିରେ ଚର୍ଚ୍ଚା କରାଯିବା ଉଚିତ ।

ଏଠି କହିରଖିବୁ, ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟରେ । ଆଇଏମଏଫ ପାକିସ୍ତାନକୁ ଋଣ ଦେବାକୁ ମନା କରିଦେଇଛି । ଏହା ପୂର୍ବରୁ ଚୀନ ପାକିସ୍ତାନକୁ ସର୍ବାଧିକ ଋଣ ଦେଇଛି ।

Leave A Reply

Your email address will not be published.