Latest Odisha News

୯୦ ସେକେଣ୍ଡରେ ଗର୍ଭସ୍ଥ ଛୁଆର ହାର୍ଟ ସର୍ଜରୀ ସଫଳ

ନୂଆଦିଲ୍ଲୀ: ମାଆ ଗର୍ଭରେ ଛୁଆର ଅପରେସନ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହା ସମ୍ଭବ ହୋଇଛି । ଦିଲ୍ଲୀ ଏମ୍ସରେ ମାଆ ଗର୍ଭରେ ଛୁଆର ହାର୍ଟ ସର୍ଜରୀ ଭଳି ବିରଳ ଅପରେସନ୍ ସଫଳ ହୋଇଛି । ଏବେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

ଗର୍ଭବତୀ ଥିବା ଜଣେ ୨୮ ବର୍ଷୀୟା ମହିଳା ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଯାହାଙ୍କ ପୂର୍ବ ୩ଟି ଗର୍ଭ ନଷ୍ଟ ହୋଇଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏବେ ଗର୍ଭରେ ଥିବା ଶିଶୁର ହୃତପିଣ୍ଡରେ ସମସ୍ୟା ଥିବା ଜଣାପଡ଼ିବା ପରେ ଏମ୍ସର କାର୍ଡିଓଥେରୋସିସ୍ ସାଇନ୍ସ ସେଣ୍ଟରରେ ଆରମ୍ଭ ହୋଇଥିଲା ଅପରେସନ୍ ।

ମାଆ ଗର୍ଭରେ ଥିବା ଛୁଆର ଅଙ୍ଗୁର ଆକାରର ହୃତପିଣ୍ଡର ସଫଳ ଅସ୍ତ୍ରୋପଚାର ହୋଇଛି । ଡାକ୍ତର ବେଲୁନ୍ ଡାଇଲେଶନ ସର୍ଜରୀ ଦ୍ୱାରା ଛୁଆର ବନ୍ଦ ହୃତପିଣ୍ଡକୁ ଖୋଲିଥିଲେ । ମାତ୍ର ୯୦ ସେକେଣ୍ଡରେ ଏହି ଅପରେସନ୍ ସରିଥିବା ବେଳେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି ।

ଡାକ୍ତରଙ୍କ ଅନୁସାରେ, ଛୁଆ ମାଆ ଗର୍ଭରେ ଥିବାବେଳେ ଗୁରୁତର ହୃଦରୋଗ ବିଷୟରେ ଜାଣି ହେବ । ଆଉ ଯଦି ତାକୁ ଗର୍ଭରେ ହିଁ ଠିକ୍ କରି ଦିଆଯିବ ତ ଜନ୍ମ ପରେ ସ୍ୱାସ୍ଥ୍ୟ ଭଲ ରହିବା ସମ୍ଭାବନା ଅଧିକ ହୋଇଥାଏ ।

Leave A Reply

Your email address will not be published.