Latest Odisha News

ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ

ଇସଲାମବାଦ: ପାକିସ୍ତାନ ରାଜନୀତି ସରଗରମ ହୋଇଛି । ୨୪ରେ ହେବାକୁ ଯାଉଛି ନିର୍ବାଚନ । ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ଏହାରି ଭିତରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ ଜେଲରେ ଥାଇ ମଧ୍ୟ ପ୍ରଚାର ପ୍ରସାର କରୁଛନ୍ତି । ଇମ୍ରାନଙ୍କ ଲିଖିତ ଭାଷଣକୁ ଏଆଇ ଟୁଲ ଦ୍ୱାରା ମୋଡିଫାଇ କରାଯାଇ ତାଙ୍କରି ସ୍ୱରରେ ପ୍ରଚାର କରାଯାଉଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ଭାଷଣରେ କୁହାଯାଇଛି, ଫେବୃୟାରୀ ୮ରେ ପାକିସ୍ତାନ ବାସିନ୍ଦା ଘରୁ ବାହାରି ମତଦାନ କରନ୍ତୁ । ଏଥିସହ ଇମ୍ରାନ ବଲିଉଡ ଷ୍ଟାର ରାଜେଶ ଖାନ୍ନାଙ୍କ ଲୋକପ୍ରିୟ ଡାଇଲଗ ମଧ୍ୟ କହୁଛନ୍ତି ।ଏହି ଡାଇଲଗଟି ୧୯୭୧ରେ ରିଲିଜ ହୋଇଥିବା ଫିଲ୍ମ ଆନନ୍ଦର । ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଆନନ୍ଦ(ରାଜେଶ ଖାନ୍ନା)ଶେଷ ମୂହୁର୍ତ୍ତରେ କ୍ୟାନସରରେ ପୀଡିତ ହେଉଛନ୍ତି । ତାଙ୍କ ପାଖରେ ତାଙ୍କ ବନ୍ଧୁ ବିଗ୍‌? ବି ଅମିତାଭ ବଚ୍ଚନ ଅଛନ୍ତି, ଯିଏକି ଫିଲ୍ମରେ ତାଙ୍କ ବନ୍ଧୁ ହେବା ସହ ଡାକ୍ତର ଚରିତ୍ରରେ ଅଭିନୟ କରୁଛନ୍ତି । ବହୁଚେଷ୍ଟା କରି ମଧ୍ୟ ଆନନ୍ଦ ବଞ୍ଚି ପାରୁ ନାହାନ୍ତି । ଯେତେବେଳେ ଆନନ୍ଦଙ୍କ ମୃତ୍ୟୁ ହେଉଛି ସେହି ସମୟରେ ତାଙ୍କର ଏକ ରେକର୍ଡ ଭଏସ ହସ୍ପିଟାଲ ରୁମ୍‌?ରେ ବାଜି ଉଠୁଛି । ତାହାହେଉଛି, ‘ବାବୁ ମୋଶାଏ, ଜିନ୍ଦେଗୀ ଔର ମୋତ ଉପରବାଲା କି ହାତ ମେଁ ହୋତା ହେ, ଜାହାଁପନା…ଉସେ ନା ଆପ ବଦଲ ସକତେ ହେ ନା ମେଁ’ ।

ଏହି ଫିଲ୍ମର ଏହି ଡାଇଲଗ ଦର୍ଶକଙ୍କ ମନ କିଣି ନେଇଥିଲା । ଏହି ଡାଇଲଗକୁ ଗୁଲଜାର ଲେଖିଥିଲେ । ତେବେ ଇମ୍ରାନ ତାଙ୍କ ୪ମିନିଟର ସମ୍ବୋଧନ ଅନ୍ତରେ ରାଜେଶଙ୍କ ଡାଇଲଗକୁ ଉର୍ଦ୍ଦୁରେ ଉପସ୍ଥାପନ କରୁଛନ୍ତି । ସେ କହିଛନ୍ତି, ‘ଜିନ୍ଦେଗୀ ଔର ମୋତ ଇଜ୍ଜତ ତଲା କେ ହାତ ମେଁ ହେ । ଇସିଲିଏ କିସି ସେ ନା ଡରେ ଔର ୮ଫେବୃୟାରୀ କୋ ଆକେ ଭୋଟ ଦେ’ ।

Comments are closed.