Latest Odisha News

BREAKING NEWS

ପୁଣି କ୍ଷୀର ମୂଲ୍ୟ ବଢାଇଲା ଅମୁଲ; ଜାଣନ୍ତୁ କେତେ ବଢିଲା

ନୂଆଦିଲ୍ଲୀ: କ୍ଷୀର ମୂଲ୍ୟ ବଢାଇଲା ଅମୁଲ। ଲିଟର ପ୍ରତି ୩ ଟଙ୍କା ମୂଲ୍ୟ ବଢ଼ାଇଥିବା ବେଳେ ନୂଆ ଦର ଆଜି ଠାରୁ ଲାଗୁ ହେବ ବୋଲି କମ୍ପାନୀ ଘୋଷଣା କରିଛି। ମୂଲ୍ୟ ବୃଦ୍ଧିପରେ ଅମୁଲ ଗୋଲ୍ଡର ମୂଲ୍ୟ ୬୬ ଟଙ୍କା ହୋଇଯିବ।

ସେହିପରି ଅନ୍ୟ ଅମୁଲ ଉତ୍ପାଦନଗୁଡ଼ିକର ମୂଲ୍ୟ ବି ବଢିବ। ଅମୁଲ ତାଜା ୫୪ ଟଙ୍କା, ଅମୁଲ ଗାଈ କ୍ଷୀର ୫୬ ଟଙ୍କା ଓ ଅମୁଲ ମଇଁଷି କ୍ଷୀର ୭୦ ଟଙ୍କା ହୋଇଯିବ। ଏନେଇ ଗତକାଲି ଅମୁଲ ଘୋଷଣା କରିଥିଲା।

ଅମୁଲ ବ୍ରାଣ୍ଡ ମାଧ୍ୟମରେ ନିଜ ଉତ୍ପାଦନ ବିକ୍ରି କରୁଥିବା ଗୁଜରାଟ କୋପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ(GCMMF) ଗତବର୍ଷ ଅକ୍ଟୋବର ମାସରେ ମୂଲ୍ୟ ବୃଦ୍ଧି କରିଥିଲା। ଅମୁଲ ଗୋଲ୍ଡ, ତାଜା, ଏବଂ ଶକ୍ତି କ୍ଷୀରର ଦାମ ୨ ଟଙ୍କା ଲିଟର ପ୍ରତି ବୃଦ୍ଧି କରାଯାଇଥିଲା।

ଏଥର ୩ ଟଙ୍କା ମୂଲ୍ୟ ବୃଦ୍ଧି କରି କମ୍ପାନୀ କହିଛି “ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ସମସ୍ତ ପ୍ରକାରର ଅମୁଲ ପାଉଚ୍ କ୍ଷୀରର ନୂଆ ମୂଲ୍ୟ ବୃଦ୍ଧି ଫେବ୍ରୁଆରୀ ୩ ତାରିଖରୁ ଲାଗୁ ହେବାକୁ ଯାଉଛି।” ଗତଥର ବଳି ମୂଲ୍ୟ ବୃଦ୍ଧିର ସମାନ କାରଣ କହିଛି କମ୍ପାନୀ। ଉତ୍ପାଦନରେ ଅଧିକ ଖର୍ଚ୍ଚ ହେଉଥିବାର କ୍ଷୀର ମୂଲ୍ୟ ବଢ଼ାଇବାକୁ ପଡ଼ିଲା ବୋଲି କମ୍ପାନୀ କହିଛି। କେବ ଗାଈଙ୍କ ଖାଦ୍ୟରେ ୨୦ ପ୍ରତିଶଥ ଖର୍ଚ୍ଚ ବଢ଼ିଛି ବୋଲି କମ୍ପାନୀ କହିଛି।

 

Leave A Reply

Your email address will not be published.