ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୯ମ ମ୍ୟାଚ୍ ଗୁରୁବାର ଦିନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଜାରି ରହିବା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଇଛି। ଫଳରେ ଏହି ଦୁଇଟି ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି କାରଣ ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ଜିତି ନାହାନ୍ତି। ତେବେ ଏହା ପାକିସ୍ତାନ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତି ଅଟେ।
ଆଜିର ମ୍ୟାଚ୍ ଅପରାହ୍ନ ୨.୩୦ ରୁ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁଁ ଟସ୍ ମଧ୍ୟ ହୋଇପାରିନଥିଲା। ଯାହା ଫଳରେ ମ୍ୟାଚକୁ ବାତିଲ କରାଯାଇଛି। ସୂଚନା ଅନୁଯାୟୀ ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହାପରେ ପରବର୍ତ୍ତୀ ମ୍ୟାଚ୍ ରେ ଭାରତଠାରୁ ମଧ୍ୟ ପରାସ୍ତ ହୋଇଥିଲା। ଗୁରୁବାର ଦିନ ଗ୍ରୁପର ଶେଷ ମ୍ୟାଚ ଥିବାବେଳେ ବର୍ଷା ଯୋଗୁ ଏହି ମ୍ୟାଚ୍ ମଧ୍ଯ ବାତିଲ ହୋଇଯାଇଛି।
ଅପରପକ୍ଷରେ ବାଂଲାଦେଶ ଚାମ୍ପିଅନ୍ସ ଟ୍ରଫିରେ ନିଜର ପ୍ରଥମ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା ଯେଉଁଥିରେ ଭାରତ ୬ ୱିକେଟରେ ମ୍ୟାଚ୍ ଜିତିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳି ୫ ୱିକେଟରେ ପରାସ୍ତ ହୋଇଥିଲା। ଆଉ ୩ୟ ମ୍ୟାଚ୍ ପାକିସ୍ତାନ ସହ ଖେଳି ଥାନ୍ତା। କିନ୍ତୁ ବର୍ଷା ଯୋଗୁ ଏହି ମ୍ୟାଚ୍ ମଧ୍ଯ ବାତିଲ ହୋଇଯାଇଛି।
Comments are closed.