Latest Odisha News

BREAKING NEWS

‘ଆତଙ୍କବାଦ ବିରୋଧରେ ଲଢୁଥିଲେ ପାକ୍ ସେନା’, କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଆତଙ୍କବାଦ ବିରୋଧୀ ଅଭିଯାନରେ ନିୟୋଜିତ… ସେମାନଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ ।  ଭାରତ ପାକିସ୍ତାନ ମଧ୍ୟରେ ଏବେ ସ୍ଥିତି ଶାନ୍ତି ପ୍ରିୟ ରହିଥିବା ବେଳେ ଏବେ କିଛି ଏପରି ଦାବି କରିଛନ୍ତି ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀ ।

ରବିବାର ଆୟୋଜିତ ଏକ ପ୍ରେସ୍ ବ୍ରିଫିଂରେ, ସଦ୍ୟତମ ଉତ୍ତେଜନାରେ ପାକିସ୍ତାନ ପରିପକ୍ୱତାର ସହିତ କାର୍ଯ୍ୟ କରିଛି ବୋଲି ସେ ମନ୍ତବ୍ୟ ରଖିଛନ୍ତି । ଏଥିସହିତ ଭାରତ ବିରୁଦ୍ଧରେ ପାକିସ୍ତାନର ‘ଅପରେସନ୍ ବୁନୟାନ୍-ଅଲ୍-ମାର୍ସୁସ୍’ ବିଷୟରେ କହିବାକୁ ଯାଇ ସେ କହିଛନ୍ତି, ପାକିସ୍ତାନ ସମଗ୍ର ସଂଘର୍ଷରେ ରଣନୈତିକ ପରିପକ୍ୱତାର ସହିତ କାର୍ଯ୍ୟ କରିଛି ଏବଂ ପାରମ୍ପରିକ ଶକ୍ତି ମାଧ୍ୟମରେ ଆମେ ବୃଦ୍ଧି ନିୟନ୍ତ୍ରଣ ବଜାୟ ରଖିଛୁ । ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଅନୁଯାୟୀ, ସେ କହିଛନ୍ତି, ପାରମ୍ପରିକ ଶକ୍ତି ମାଧ୍ୟମରେ, ଆମେ ସେମାନଙ୍କୁ ଦୁଇ-ପଦବୀ ଜବାବ ଦେଇଥିଲୁ, ଏବଂ ଏହା ମଧ୍ୟ ନିଶ୍ଚିତ କରିଥିଲୁ ଯେ ପାକିସ୍ତାନ ସେନା ଆତଙ୍କବାଦ ବିରୋଧୀ ଅଭିଯାନରେ ନିୟୋଜିତ… ସେମାନଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ ବୋଲି କାଳେ ସେ ଦାବି କରିଛନ୍ତି । ଏମିତିକି ମିଛ ଏବଂ ଏଡିଟେଡ୍ ଆକ୍ରମଣର ଭିଡିଓ ଦେଖାଇ ପାକ୍ ସେନାର ବାଃ ବାଃ କରିଛନ୍ତି ।

ଖାଲି ସେତିକି ନୁହେଁ, ଭାରତ ଉପରେ ଘମାଘୋଟ କ୍ଷେପଣାସ୍ତ୍ର ମାଡ କଲା, ଏମିତିକି ଅସ୍ତ୍ରବିରତି ବି ମାନିଲାନି, ହେଲେ ଏବେ କାଳେ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ଯୁଦ୍ଧ କୌଣସି ସ୍ଥାନ ନାହିଁ ବୋଲି ସେ ଦାବି କରିଛନ୍ତି । କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଚିନ୍ତାଧାରା ଅକଳ୍ପନୀୟ ଏବଂ ନିହାତି ମୂର୍ଖତା । ବାସ୍ତବରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପାଇଁ କୌଣସି ସ୍ଥାନ ନାହିଁ, ଏବଂ ଯଦି କେହି ଯୁଦ୍ଧ ପାଇଁ ଏହି ସ୍ଥାନ ସୃଷ୍ଟି କରିବାକୁ ଚାହାଁନ୍ତି, ତେବେ ସେ ପ୍ରକୃତରେ ପାରସ୍ପରିକ ବିନାଶ ପାଇଁ ସ୍ଥାନ ସୃଷ୍ଟି କରୁଛନ୍ତି । ଏଥିସହିତ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପରମାଣୁ ଶକ୍ତି ମଧ୍ୟରେ, ଏପରି ସଂଘର୍ଷ ପ୍ରକୃତରେ ଏକ ଅଯଥା କଥା । ଭାରତ ଏବଂ ପାକିସ୍ତାନ କ୍ଷେତ୍ରରେ, ଏପରି ସଂଘର୍ଷ ୧.୬ ବିଲିୟନରୁ ଅଧିକ ଲୋକଙ୍କୁ ବିପଦକୁ ଆଣିପାରେ ବୋଲି ସେ ମତ ରଖିଛନ୍ତି । ଯାହା ବାସ୍ତବରେ ହାସ୍ୟସ୍ପଦ ମନ୍ତବ୍ୟ ।

ତେବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ମେ ୭ ତାରିଖରେ ପାକିସ୍ତାନ ଏବଂ ପାକ୍-ଅଧିକୃତ ଜମ୍ମୁ ଏବଂ କଶ୍ମୀର (PoJK) ରେ ନଅଟି ଆତଙ୍କବାଦୀ ସ୍ଥଳକୁ ଧ୍ୱଂସ କରିବା ପାଇଁ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଏହା ପରେ ଜମ୍ମୁ, ଅମୃତସର, ବାରମେର, ଜୈସଲମେର, ଫିରୋଜପୁର ଏବଂ କଚ୍ଛ ସମେତ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାକିସ୍ତାନ ଦ୍ୱାରା ଡ୍ରୋନ୍ ଆକ୍ରମଣ କରାଯାଇଥିଲା।

ଶନିବାର ଉଭୟ ରାଷ୍ଟ୍ର ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ, କିନ୍ତୁ ପାକିସ୍ତାନ ଏହା ଘୋଷଣା କରିବାର କିଛି ଘଣ୍ଟା ପରେ ଚୁକ୍ତିନାମା ଉଲ୍ଲଂଘନ କରି, ଭାରତ ଉପରେ ପୁଣି ଗୁଳି ବର୍ଷା କରିଥିଲା । ରବିବାର ଦିନ, ଭାରତୀୟ ସେନା ପାକିସ୍ତାନକୁ ଏହି ସପ୍ତାହରେ ରାଜି ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ଏକ ହଟଲାଇନ୍ ବାର୍ତ୍ତା ପଠାଇଥିଲା ଏବଂ ଯଦି ଏହା ପୁନରାବୃତ୍ତି ହୁଏ ତେବେ ନୂଆଦିଲ୍ଲୀ କଡା ଜବାବ ଦେବାକୁ ପ୍ରସ୍ତୁତ ବୋଲି ଚେତାବନର ଦେଇଥିଲା ।

Comments are closed.