Latest Odisha News

ପାକିସ୍ତାନରେ ବ୍ୟାନ୍‌ ହେଲା ଟିକ୍‌ଟକ୍‌!

ଇସଲାମାବାଦ: ପାକିସ୍ତାନର ଏକ ହାଇକୋର୍ଟ ସୋମବାର ଚାଇନାର ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ଟିକ୍‌ଟକ୍‌କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଲୋକମାନଙ୍କ ମଦ୍ୟରେ ଅନୈତିକତା ବିସ୍ତାର କରୁଥିବା କହିଛନ୍ତି କୋର୍ଟ।

ସିନ୍ଧ ହାଇକୋର୍ଟ ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟିକୁ ପରବର୍ତ୍ତା ଶୁଣାଣି ନହେବା ଯାଏ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଆଗାମୀ ଶୁଣାଣି ଜୁଲାଇ ୮ରେ ହୋଇପାରେ।

ଟିକ୍‌ଟକ୍‌ “ଦେଶରେ ଅନୈତିକତା ଏବଂ ଅଶ୍ଳୀଳତା” ପ୍ରଚାର କରୁଥିବା ଜଣେ ନାଗରିକଙ୍କ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଦ୍ୱିତୀୟ ଥର ପାଇଁ ଚଳିତ ବର୍ଷ ଏହି ଦେଶରେ ଦେଶରେ ନିଷେଧାଦେଶ ଜାରି କରାଯାଇଛି।

Comments are closed.