ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ଏହାର ଆବଶ୍ୟକତା ପୂରଣ କରିବା ପାଇଁ ସେ ବାହ୍ୟ ଦେଶରୁ ଦୁଇ ବର୍ଷ ମଧ୍ୟରେ ୫୧.୬ ବିଲିୟନ ଡଲାରର ଆବଶ୍ୟକ କରୁଛି।
ଆଇଏମ୍ଏଫ୍ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୧-୨୨ ମସିହାରେ ପାକିସ୍ତାନର ମୋଟ ବାହ୍ୟ ଆର୍ଥିକ ଆବଶ୍ୟକତା ୨୩.୬ ବିଲିୟନ ଡ଼ଲାର୍ ଏବଂ ୨୦୨୨-୨୩ ରେ ୨୮ ବିଲିୟନ ଡ଼ଲାର୍ ରହିଛି ବୋଲି ଜଣାପଡ଼ିଛି।
ବାହ୍ୟ ଆର୍ଥିକ ଆବଶ୍ୟକତାର ବ୍ୟବଧାନକୁ ଦୂର କରିବା ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସହିତ କର୍ମଚାରୀ ସ୍ତରୀୟ ଚୁକ୍ତିନାମା କରିବାକୁ ପାକିସ୍ତାନୀ କର୍ତ୍ତୃପକ୍ଷ ଶେଷ ଉଦ୍ୟମ କରୁଛନ୍ତି।
Comments are closed.