Latest Odisha News

ଭାରତ ଠାରୁ କେତେ ପଛରେ ପାକିସ୍ତାନ ? ଆମର ୧ ଟଙ୍କାର ମୂଲ୍ୟ ସେଠି ୩ ଟଙ୍କା ଠାରୁ ବି ଅଧିକ

ନୂଆଦିଲ୍ଲୀ: ନିକଟରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ପାକିସ୍ତାନକୁ ନେଇ ଏକ ଟିପ୍ପଣୀ କରିଥିଲେ। ସେ କହିଥଲେ ଯେ ଦେଶ ବିଭାଜନ ପରେ ପାକିସ୍ତାନ ଆଜି ଖୁସିରେ ନାହିଁ। ବିଭାଜନ ଏକ ଭୁଲ୍ ଥିଲା ବୋଲି ପାକିସ୍ତାନୀ ଭାବୁଛନ୍ତି। ମୋହନ ଭାଗବତଙ୍କ ଏ କଥା ଆଜି ସତ ପରି ମନେ ହେଉଛି। କାରଣ ବର୍ତ୍ତମାନ ପଡ଼ୋଶୀ ଦେଶ ପାକିସ୍ତାନର ଅବସ୍ଥା ଭଲ ନାହିଁ। ସେଠାକାର ଲୋକେ କହୁଛନ୍ତି ଭାରତ ଫେରିଯିବାକୁ ଇଚ୍ଛା ହେଉଛି।

ଇତିହାସକୁ ଟିକେ ଫେରିଗଲେ ଜଣାଯାଏ ଯେ ୧୯୪୭ ମସିହାରେ ଭାରତ ବ୍ରିଟେନ୍ ଠାରୁ ତାର ହକ୍‌ ଛଡ଼ାଇ ନେଇ ସ୍ୱାଧୀନ ରାଷ୍ଟ୍ର ହେଲା। ହେଲେ ବ୍ରିଟେନ ଯିବା ପୂର୍ବରୁ ଏମିତି କଳିମଞ୍ଜି ପୋତିଲା ଯେ ଯେଉଁଥିରେ ଭାରତ ଦୁଇ ଭାଗରେ ଭାଗ ହୋଇଗଲା ୧୯୪୭ରେ ଭାରତ ଠାରୁ ଅଲଗା ହେଲା ପାକିସ୍ତାନ। ଇତିମଧ୍ୟରେ ବିଭାଜନକୁ ୭୫ ବର୍ଷ ପୂରିଗଲାଣି। ଏକାସାଙ୍ଗରେ ଯାତ୍ରା ଆରମ୍ଭ କରିଥିଲେ ଉଭୟ ଦେଶ। ହେଲେ ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିର ଦେଶ ହୋଇଥିବା ବେଳେ ପାକିସ୍ତାନ ଦେବାଳିଆ ଦ୍ୱାର ଦେଶରେ।

Pakistan now stares at loan default even as country riots over flour

ଆଜି ପାକିସ୍ତାନରେ ମୁଠାଏ ଚାଉଳ ପାଇଁ ମାଡ୍‌ପିଟ୍‌, ଠେଲାପେଲା ଲାଗୁଛି। ମହଙ୍ଗାମାଡ଼ରେ ପାକିସ୍ତାନ ଜନତା ଯୁଝୁଛି। ଓଳିଏ ଖାଇ ଓଳିଏ ଓପାସ ରହି ଟିକେ ଆଖି ବୁଜିଲା ବେଳକୁ ହଠାତ୍ ଭୟଙ୍କର ବିସ୍ଫୋରଣରେ ଭାଙ୍ଗିଯାଉଛି ନିଦ। ଆତଙ୍କବାଦୀଙ୍କ ବୋମାମାଡ଼ର ବାରୁଦ ଗନ୍ଧରେ ଅଣନିଶ୍ୱାସୀ ଜନତା। ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ମହଙ୍ଗାମାଡ଼ରେ ଜନତା କାକୁସ୍ଥ। ଏପଟେ ରାଜନୈତିକ ଯୁଦ୍ଧରେ ସରକାର ବ୍ୟସ୍ତ।

Internal situation in Pakistan grim as Government bans TLP, France asks citizens to leave country and Social Media blocked completely - Chanakya Forum

କେତେ ପଛରେ ପାକିସ୍ତାନ ?

ଆଜିର ସ୍ଥିତିରେ ଯଦି ଭାରତ ସହ ପାକିସ୍ତାନକୁ ତୁଳନା କରାଯାଏ ତେବେ ପାକିସ୍ତାନ ଭାରତର ସମୃଦ୍ଧି ଓ ବିକାଶ ଭିତରେ ହଜିଯିବ। ଭାରତର ଅର୍ଥନୀତି ଓ ପାକିସ୍ତାନର ଅର୍ଥନୀତି ମଧ୍ୟରେ ଆଜି ଆକାଶପାତାଳ ଫରକ। ଆସନ୍ତୁ ଜାଣି ନେବା ଭାରତ ଠାରୁ କେତେ ପଛରେ ରହିଯାଇଛି ପାକିସ୍ତାନ।

ଭାରତୀୟ ମୁଦ୍ରା ମୂଲ୍ୟ ତୁଳନାରେ ପାକିସ୍ତାନର ମୂଦ୍ରା ମୂଲ୍ୟ ବହୁତ କମ। ଭାରତର ଏକ ଟଙ୍କା ପାକିସ୍ତାନର ୩.୪୫ ଟଙ୍କା ସହ ସମାନ। ସେହିପରି ଯଦି ଆମେରିକୀୟ ଡଲାର ସହ ତୁଳନା କରାଯାଏ ତେବେ ଏକ ଡଲାର ପାଇଁ ଭାରତ ୮୧.୧୮୫ ଟଙ୍କା ଦେଉଥିବା ବେଳେ ପାକିସ୍ତାନକୁ ଦେବାକୁ ପଡ଼ୁଛି ୨୮୩. ୭୫୦ ପାକିସ୍ତାନୀ ମୁଦ୍ରା। ଆମେରିକା ଡଲାର ତୁଳନାରେ ପାକିସ୍ତାନ ମୁଦ୍ରା ମୂଲ୍ୟ ଅହେତୁକ ହ୍ରାସ ଦେଖିବାକୁ ମିଳିଛି।

ଯଦି କୌଣସି ପାକିସ୍ତାନୀଙ୍କୁ ୧ ଡଲାର ଏକ୍ସଚେଞ୍ଜ କରିବାକୁ ପଡ଼େ ତେବେ ତାଙ୍କୁ ୨୮୨.୭୫୦ ପାକିସ୍ତାନୀ ଟଙ୍କା ଦେବାକୁ ପଡ଼ିବ। ହେଲେ ଯଦି କୌଣସି ଭାରତୀୟ ୧ ଡଲାରକୁ ଏକ୍ସଚେଞ୍ଜ କରନ୍ତି ତେବେ ତାଙ୍କୁ ୮୧.୧୮୫ ଭାରତୀୟ ମୁଦ୍ରା ଦେବାକୁ ପଡ଼ିବ।

India, Pakistan 'nuclear purchase networks larger than thought' | News | Al Jazeera

ପାକିସ୍ତାନ ଅନେକ ସମୟରେ ପରମାଣୁ ଯୁଦ୍ଧର ଧମକ ଦେଉଛି। ହେଲେ ନିଜ ଦେଶରେ ଖାଇବାକୁ ବି ଲୋକ ଡହଳ ବିକଳ ହେଉଛନ୍ତି। ଅର୍ଥନୀତି କ୍ଷେତ୍ରରେ ଭାରତ ଠାରୁ ବହୁତ ପଛରେ ପଡ଼ିଯାଇଛି ପାକିସ୍ତାନ। ବର୍ତ୍ତମାନ ପାକିସ୍ତାନ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ୪୨ ତମ ସ୍ଥାନରେ ଥିବା ବେଳେ ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିର ଦେଶ ହୋଇପାରିଛି। ଯେଉଁ ବ୍ରିଟେନ୍ ଭାରତକୁ ଭାଗ କରିଦେଇଥିଲା ଆଜି ସେହି ବ୍ରିଟେନ୍ ଅର୍ଥନୀତି ମାମଲାରେ ଭାରତ ଠାରୁ ପଛରେ ପଡ଼ିଯାଇଛି।

India colonises its 'frontiers' | Meer

ଭାରତର ଜିଡିପି(ମୋଟ ଘରୋଇ ଉତ୍ପାଦନ) ୩.୪୬ ଟ୍ରିଲିୟନ ଡଲାର ରହିଥିବା ବେଳେ ପାକିସ୍ତାନର ମାତ୍ର ୩୭୬ ବିଲିୟନ ଡଲାର ରହିଛି। ସେହିପରି ଯଦି ବିଦେଶୀ ମୁଦ୍ରା ଭଣ୍ଡାର କଥା ଦେଖିବା ତେବେ ବର୍ତ୍ତମାନ ଭାରତ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାର ୫୭୨ ବିଲିୟନ ଡଲାର ଥିବା ବେଳେ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ୭.୮ ବିଲିଅନ ଡଲାର ରହିଛି। ଯାହା ଦିନକୁ ଦିନ ଆହୁରି ହ୍ରାସ ହେବାରେ ଲାଗିଛି। ତେଣୁ ଅର୍ଥନୀତି କ୍ଷେତ୍ରରେ ପାକିସ୍ତାନ ଭାରତର ସମକକ୍ଷ ହେବାକୁ ଆହୁରି ଅନେକ ବର୍ଷ ଲାଗିଯିବ।

Know the 10 most developed Indian cities based on GDP | India News – India TV

Comments are closed.