Latest Odisha News

ଡେଭିସ କପ: ୬୦ ବର୍ଷ ପରେ ଭାରତ ଟିମ ଯିବ ପାକିସ୍ତାନ

ଇସଲାମବାଦ: ଭାରତର ଡେଭିସ କପ ଟେନିସ ଟିମ ୬୦ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ । ପାକିସ୍ତାନ ସରକାର ପକ୍ଷରୁ ଭାରତୀୟ ଖେଳାଳିଙ୍କ ଇତି ମଧ୍ୟରେ ଭିସା ପ୍ରଦାନ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ କପ ୱାର୍ଲ୍ଡ କପ-୧ ମ୍ୟାଚ ଫେବୃୟାରୀ ୩ ଓ ୪ରେ ଖେଳାଯିବ । ପୂର୍ବରୁ ଆନ୍ତର୍ଜାତୀୟ ଟେନିସ ମହାସଂଘ ନିକଟରେ ଭାରତ ଏହି ମ୍ୟାଚକୁ ନିରପେକ୍ଷ ଦେଶରେ କରିବା ପାଇଁ ଅନୁରୋଧ କରିଥିଲେ । ଆଇଟିଏଫ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯଦି ଭାରତ ଏହି ମ୍ୟାଚ ନ ଖେଳିବାକୁ ଯିବ ତେବେ ପାକିସ୍ତାନକୁ ୱାକଓଭର ଦିଆଯିବ ବୋଲି ଆଇଟିଏଫ ସ୍ପଷ୍ଟ କରିଥିଲା ।

୧୯୬୪ରେ ଭାରତ ଶେଷ ଥର ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା । ଏହି ମୁକାବିଲାରେ ଭାରତ ୪-୦ରେ ଜିତିଥିଲା । ୨୦୧୯ରେ କାଜକସ୍ତାନରେ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଟିମ ପରସ୍ପରକୁ ଭେଟିଥିଲେ । ରିପୋର୍ଟ ମୁତାବକ ସୁମିତ ନାଗଲ ଓ ଶଶିକୁମାର ମୁକୁନ୍ଦ ଡେଭିସ କପରେ ଖେଳିବେ ନାହିଁ ବୋଲି ଘୋଷଣା କରି ସାରିଛନ୍ତି । ରାମକୁମାର ରାମନାଥନ ଓ ଏନ.ଶ୍ରୀରାମ ବାଲାଜୀ ସିଙ୍ଗଲ୍ସ ମୁକାବିଲାରେ ଅବତୀର୍ଣ୍ଣ ହେବେ ।

Leave A Reply

Your email address will not be published.