Latest Odisha News

ପାକିସ୍ତାନକୁ ପୁଣି ଫେରିଲା ଟିକ୍‌ଟକ୍‌

ଇସଲାମବାଦ୍‌: ପୁଣି ଫେରିଛି ଟିକ୍‌ଟକ୍‌। ପାକିସ୍ତାନରେ ଟିକ୍‌ଟକ୍‌ ଉପରୁ ବ୍ୟାନ୍‌ ହଟାଇ ଦିଆଯାଇଛି। ଅଶ୍ଳୀଳତା ପାଇଁ ସରକାରଙ୍କ ପକ୍ଷରୁ ଟିକ୍‌ଟକ୍‌ ଆପ୍‌ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଥିଲା। କିନ୍ତୁ ଏବେ ପୁଣି ଚୀନ୍‌ ଚାପରେ ଟିକ୍‌ଟକ୍‌ ଆପ୍‌କୁ ଅନୁମତି ପ୍ରଦାନ କରିଛି ପାକିସ୍ତାନ।

ପାକିସ୍ତାନ ଏବଂ ଚୀନ୍‌ କହିଛନ୍ତି, ସେମାନଙ୍କ ବନ୍ଧୁତା ସମୁଦ୍ରଠାରୁ ବି ଗଭୀର ଏବଂ ହିମାଳୟଠାରୁ ଉଚ୍ଚ। ଚୀନ୍‌ର ଟିକ୍‌ଟିକ୍‌ ଆପ୍‌କୁ ବନ୍ଦ କଲେ ପାକିସ୍ତାନକୁ ଅନେକ କ୍ଷତି ସହିବାକୁ ପଡ଼ିଥାନ୍ତା। ଚୀନ୍ ସହ ଥିବା ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାନ୍ତା। ସେଥିପାଇଁ ପାକିସ୍ତାନ ଚୀନ୍‌ ଚାପରେ ବାଧ୍ୟ ହୋଇ ଟିକ୍‌ଟକ୍‌ ଆପ୍‌ ଉପରେ ଜାରି ହୋଇଥିବା ବ୍ୟାନ୍‌କୁ ହଟାଇଦେଇଛି।

Comments are closed.