Latest Odisha News

BREAKING NEWS

ଭୟରେ ଥରୁଛି ପାକିସ୍ତାନ!

ନୂଆଦିଲ୍ଲୀ: ଆକ୍ରମଣ ସିନା କରିଦେଲା ହେଲେ ଏବେ ଡରିମରି ବଞ୍ଚୁଛି ପାକିସ୍ତାନ । ଉପରେ ମୁହଁଟାଣ କରୁଛିଳ ହେଲେ ଭିତରେ ଅସ୍ବସ୍ତି ବୃଦ୍ଧି ପାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ଗୋଟା ପରେ ଗୋଟା ପଲଟା ବାର୍ ଏବେ ପାକିସ୍ତାନକୁ ଥରହର କରିଛି । ଜଳ, ସ୍ଥଳ ଆକାଶ ମାର୍ଗ ସବୁ ପାକସ୍ତାନ ପାଇଁ ବନ୍ଦ ହେଲାଣି । ପୂର୍ବରୁ ଆର୍ଥିକ ସଙ୍କଟରେ ଯୁଝି ହେଉଥିବା ପାକିସ୍ତାନ ଏବେ ଚାରିଆଡୁ ଅସହାୟରେ ପଡିଛି ।

ତେବେ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ପାଇଁ ତାର ଆକାଶପଥ ବନ୍ଦ କରିଦେଇଛି । ଏବେ ପାକିସ୍ତାନ ଅନ୍ୟ ଦେଶର ଦ୍ୱାର ଠକ୍ ଠକ୍ କରୁଛି । କିନ୍ତୁ ଗୋଟେ ପରେ ଗୋଟେ ଭାରତ ପାକିସ୍ତାନ ଉପରେ ଲଗାତାର ନିଜର ନିୟନ୍ତ୍ରଣ କଡ଼ାକଡ଼ି କରୁଛି । ଯାହାକୁ ନେଇ ଏବେ ଭୟରେ ରହିଛି ପାକିସ୍ତାନ।

ଯାହାର ପ୍ରମାଣ ଏବେ ସାମ୍ନାକୁ ଆସିଥିବା ବେଳେ ଆତଙ୍କବାଦର ଗଡ଼ ପାକିସ୍ତାନରେ ଏବେ ଏହାର ଝଲକ ଦେଖିବାକୁ ମିଳିଛି । ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନରେ ଭୟ ରହିଛି । ଭାରତ କେତେବେଳେ ବି ଆକ୍ରମଣ କରିପାରେ ତାକୁ ନେଇ ଥରହର ପାକିସ୍ତାନ । ଏହି ନିକଟରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲା ପାକିସ୍ତାନ । ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତାରାର ରାତି ୨ଟାରେ କହିଥିଲେ ଯେ ଭାରତ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ଆମ ଉପରେ ଆକ୍ରମଣ କରିପାରେ। ଆମ ପାଖରେ ଏ ବିଷୟରେ ଠୋସ୍ ସୂଚନା ରହିଛି । କିନ୍ତୁ ସେପରି କିଛି କରିନଥିଲା ଭାରତ ।

ସେପଟେ ପହଲଗାମ ଆକ୍ରମଣ ପୂର୍ବରୁ ପାକ୍ ସେନା ମୁଖ୍ୟ ଅସୀମ ମୁନିର ଭାରତ ବିରୋଧରେ ବିଷ ଓଗାଳୁଥିଲେ। କିନ୍ତୁ ଏବେ ସେ ନିଜେ ହିଁ ହଜିଗଲେଣି । କୁହାଯାଉଛି, ଅସୀମ ମୁନୀର ତାଙ୍କ ପରିବାର ସହିତ ପାକିସ୍ତାନ ଛାଡି ପଳାଇଛନ୍ତି । ଏଥିସହିତ ଆଉ ସୀମା ସଂଲଗ୍ନ ଅଞ୍ଚଳରୁ ଆଜାନର ଶବ୍ଦ ଶୁଣାଯାଉନାହିଁ । ପହଲଗାମ ଆକ୍ରମଣ ପୂର୍ବରୁ ମସଜିଦଗୁଡ଼ିକରୁ ଆଜାନର ଶବ୍ଦ ଶୁଣାଯାଉଥିଲା । କିନ୍ତୁ ତାହା ଏବେ ପ୍ରାୟ ନିଶବ୍ଦ ପରି ମନେ ହେଉଛି । ଆହୁରି ସେଠିକା ଜନସାଧାରଣ ଏବେ ବଙ୍କରକୁ ପ୍ରସ୍ତୁତ କରି ରଖିଲେଣି । ଯୁଦ୍ଧ ନିଶ୍ଚିତ ବୋଲି ସେମାନେ ଏକ ପ୍ରକାର ମାନିଥିବା ବେଳେ ଏବେ ଏହାକୁ ନେଇ ଭୟରେ ପାକ୍ ସରକାର ।

ଅନ୍ୟପକ୍ଷରେ ପାକ୍ ସେନା ମଧ୍ୟ ନିଜର ଗତିବିଧିକୁ ତୀବ୍ର କରିଛି । ସୀମା ସଂଲଗ୍ନ ଅଞ୍ଚଳରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ସହିତ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଛି । ସମ୍ପ୍ରତି ସୋସିଆଲ ମିଡିଆରେ ପାକିସ୍ତାନୀ ଟ୍ୟାଙ୍କଗୁଡ଼ିକର ଅନେକ ଭିଡିଓ ଦେଖିବାକୁ ମିଳିଥିଲା । ପାକିସ୍ତାନ ସୀମା ନିକଟରେ ସେନା ଗତିବିଧିକୁ ତୀବ୍ର କରିଛି ।

ଏଥିସହିତ ଅନ୍ୟ ଦେଶର ସହାୟତା ଲୋଡିଛି ପାକ୍ । ନିଜେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଜାତିସଂଘର ଦ୍ୱାରସ୍ଥ ହୋଇଛନ୍ତି । ତୁର୍କୀରୁ ମଧ୍ୟ ସାହାଯ୍ୟ ମାଗିଛନ୍ତି । ହେଲେ ସତେ ଯେପରି ଲାଗୁଛି ଏବେ କେହି ବି ହାତ ବଢାଇବାକୁ ରାଜି ନାହାନ୍ତି । ସେପଟେ ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଥିବା ଆତଙ୍କବାଦୀଙ୍କୁ ମଧ୍ୟ ସମର୍ଥନ ଜଣାଇଥିବାରୁ ଚାରିଆଡୁ ପାକିସ୍ତାନଙ୍କୁ ନିନ୍ଦା ମିଳିଛି । ଯାହା ପାକିସ୍ତାନର ଚିନ୍ତାକୁ ଆହୁରି ତେଜିଛି ।

Comments are closed.