Latest Odisha News

BREAKING NEWS

ପାକିସ୍ତାନ ସମୁଦ୍ର ଭଳି ଦିଶୁଛି, ଆମକୁ ଟ୍ରିଲିୟନ୍ ଟଙ୍କା ଦରକାର: ପାକିସ୍ତାନ ପ୍ରଧାନମନ୍ତ୍ରୀ

କରାଚି: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା । ଉଜାଡ଼ି ଦେଇଛି ସବୁକିଛି । ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୧୩୫୦କୁ ବୃଦ୍ଧି ପାଇଛି । ପାକିସ୍ତାନର ଏଭଳି ଦୁଃସ୍ଥିତିରେ ପୁଣି ଥରେ ଭାବପ୍ରବଣ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ । ଅନ୍ତର୍ଜାତୀୟ ସମୁଦାୟକୁ ସାହାଯ୍ୟ ମାଗି କହିଛନ୍ତି, ପାକିସ୍ତାନ ସମୁଦ୍ର ଭଳି ଦିଶୁଛି । ବନ୍ୟା ପ୍ରଭାବିତ ପାକିସ୍ତାନର ବିଭିନ୍ନ ଅଞ୍ଚଳ ପରିଦର୍ଶନ ପରେ ଏଭଳି କହିଛନ୍ତି ଶାହବାଜ ।

ପ୍ରବଳ ବର୍ଷା ପରେ ଆସିଥିବା ବନ୍ୟାରେ ପାକିସ୍ତାନର ଏକ ତୃତୀୟାଂଶ ପ୍ରଭାବିତ ହୋଇଛି । ହଜାର ହଜାର ଲୋକଙ୍କ ଘର ବନ୍ୟାରେ ଧୋଇ ଯାଇଥିବା ବେଳେ ପ୍ରାୟ ୧୦ ବିଲିୟନ ଡଲାରର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ପାକିସ୍ତାନର ପ୍ରତିଟି ଅଞ୍ଚଳ ଖାଲି ପାଣି ପାଣି ଦିଶୁଛି । ସିନ୍ଧ ପ୍ରଦେଶରେ ଜଳର ପ୍ରଳୟ ରୂପ ଦେଖିବାକୁ ମିଳିଛି ।

ବନ୍ୟା ଭିତରେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିଛି ଜଳବାହିତ ରୋଗ । ପ୍ରାକୃତିକ ଦୁର୍ବିପାକରୁ ମୁକୁଳିବା ଲାଗି ଟ୍ରିଲିୟନ୍ ଟଙ୍କା ଆବଶ୍ୟକ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ । ପାକିସ୍ତାନରେ ବନ୍ୟା ପରେ ଜାତିସଂଘ ୧୬୦ ମିଲିୟନ୍ ଡଲାର ସହାୟତା ଘୋଷଣା କରିଛି । ଅନ୍ୟ ଦେଶ ମଧ୍ୟ ସହାୟତା ଯୋଗାଇ ଦେଉଛନ୍ତି ।

ବନ୍ୟାରେ ପାକିସ୍ତାନର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ ପ୍ରାୟ ୩୩ ମିଲିୟନ୍ ଲୋକ ପ୍ରଭାବିତ ହୋଇଛନ୍ତି । ସିନ୍ଧ ସହ ବାଲୋଚିସ୍ତାନର ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି । ତେବେ ପ୍ରବଳ ବର୍ଷା ଲାଗି ରହିଥିବାରୁ କୌଣସି ନଦୀରେ ଜଳସ୍ତର କମୁ ନାହିଁ । ଫଳରେ ପାକିସ୍ତାନ ବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.