Latest Odisha News

BREAKING NEWS

ଦର୍ଶକଙ୍କୁ ଆକୃଷ୍ଟ କରୁଛି ଫିଲ୍ମ ‘କଠପୁତଲୀ’, ପସନ୍ଦ କରୁଛନ୍ତି ମର୍ଡର ମିଷ୍ଟ୍ରି

ମୁମ୍ବାଇ: ବଲିଉଡ଼କୁ ଲାଗିଛି ‘ଫ୍ଲପ୍’ ଗ୍ରହଣ । ଯେଉଁ ବଲିଉଡ଼ କୋଟି କୋଟି ଟଙ୍କାର ବିଜନେସ କରୁଥିଲା, ଏବେ ଭୟଙ୍କର କ୍ଷତିରେ ରହିଛି । ଅନେକ ଫିଲ୍ମକୁ ଦର୍ଶକ ମୁହଁ ମୋଡି ଦେଇଛନ୍ତି । ଷ୍ଟାର ହିରୋଙ୍କ ପିଲ୍ମ ବି ପିଟି ହୋଇ ଯାଇଛି ବକ୍ସ ଅଫିସରେ ।

ବକ୍ସ ଅଫିସରେ ବଲିଉଡ୍ ସେଭଳି କିଛି ହିଟ୍ ଫିଲ୍ମ ଦେଇନଥିବା ବେଳେ ବଲିଉଡ ଜଗତ ଏବେ ମଳିନ ପଡିଯାଇଛି । ବକ୍ସ ଅଫିସରେ ଚଳଚ୍ଚିତ୍ର କ୍ରମାଗତ ଭାବରେ ରିଲିଜ୍ ହେଉଛି କିନ୍ତୁ ଦର୍ଶକଙ୍କୁ ଆକୃଷ୍ଟ କରି ପାରୁନାହିଁ । କେବଳ ଏତିକି ନୁହେଁ ଅନେକ ଚଳଚ୍ଚିତ୍ର ପାଇଁ ଚାଲିଥିବା ‘ବୟକଟ ଟ୍ରେଣ୍ଡ’ ଏବେ ସିନେମା ଜଗତକୁ ଚିନ୍ତାରେ ପକାଇଛି । ଏହାରି ଭିତରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘କଠପୁତଲୀ’ ସିନେ ଜଗତକୁ ଆଶାର ଆଲୋକ ଆଣିଦେଇଛି ।

ଯଦିଓ ଏହି ଫିଲ୍ମଟି ପ୍ରେକ୍ଷାଳୟ ପରିବର୍ତ୍ତେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି, କିନ୍ତୁ ଏହି ଫିଲ୍ମ କାହାଣୀକୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ସକାରାତ୍ମକ ଭାବ ଦେଖିବାକୁ ମିଳୁଛି । ସେପ୍ଟେମ୍ୱର ୨ ତାରିଖରେ ରିଲିଜ ହୋଇଥିବା ଅକ୍ଷୟ କୁମାର ଓ ରାକୁଲ ପ୍ରୀତ ସିଂଙ୍କ ଫିଲ୍ମ ମର୍ଡର ମିଷ୍ଟ୍ରି ଉପରେ ଆଧାରିତ ଫିଲ୍ମ ‘କଠପୁତଲୀ’ କୁ ନେଇ ଦର୍ଶକ ଭଲ ରେସପନ୍ସ ଦେଇଛନ୍ତି ।

ଡିଜନି ପ୍ଲସ୍ ହଟଷ୍ଟାର୍ ଏହି ଚଳଚ୍ଚିତ୍ର ବିଷୟରେ ‘ମୋଷ୍ଟ ଭ୍ୟୁଡ୍ ଫିଲ୍ମ’ ହେବ ବୋଲି ଆଲୋଚନା କରିଛି । ଏହି OTT ପ୍ଲାଟଫର୍ମରେ ଫିଲ୍ମ ‘କଠପୁତଲୀ’ ରେକର୍ଡ ବ୍ରେକ କରିବ ବୋଲି ଅନୁମାନ କରାଯାଉଛି । ଅକ୍ଷୟ କୁମାର ବଲିଉଡର ଜଣେ ଏପରି ଅଭିନେତା ଯିଏ ପ୍ରାୟ ସମୟରେ ଚଳଚ୍ଚିତ୍ର ସହ ଜଡିତ ତାଙ୍କର ପ୍ରତ୍ୟେକ ସମସ୍ୟା ବିଷୟରେ ଆଲୋଚନା କରନ୍ତି । ‘କଠପୁତଲୀ’ ଅକ୍ଷୟ କୁମାରଙ୍କ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚତୁର୍ଥ ଚଳଚ୍ଚିତ୍ର । ଏହି ଫିଲ୍ମଟି ତାମିଲ ଚଳଚ୍ଚିତ୍ର ‘ସତ୍ସାସନ’ ର ରିମେକ । ଏଥିରେ ଜଣେ ସାଇକୋ କିଲରର କାହାଣୀ କୁହାଯାଇଛି । ତାମିଲରେ ଏହି ଫିଲ୍ମର ଲିଡ ଆକ୍ଟର ବିଷ୍ଣୁ ବିଶାଲ ଥିବା ବେଳେ ହିନ୍ଦୀରେ ଏହାର ଲିଡ ରୋଲରେ ଅଛନ୍ତି ଅକ୍ଷୟ କୁମାର ।

ଏହାପୂର୍ବରୁ ‘ବଚ୍ଚନ ପାଣ୍ଡେ’, ‘ପୃଥ୍ୱୀରାଜ’ ଏବଂ ‘ରକ୍ଷା-ବାନ୍ଧନ’ ଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ତିନୋଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଚମକ ଆଣିବାରେ ବିଫଳ ହୋଇଥିଲା । କିନ୍ତୁ OTT ରେ ଆସିଥିବା ଏହି ‘କଠପୁତଲୀ’ ଟି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ।

Leave A Reply

Your email address will not be published.