ନୂଆଦିଲ୍ଲୀ: ଗୁରୁବାର ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ସାମରିକ ଘାଟି ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାରେ ବିଫଳ ହୋଇଛି । ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକାଶରେ ସମସ୍ତ ପାକିସ୍ତାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ଧ୍ୱଂସ କରିଦେଇଥିଲା । ଭାରତ ନିଜ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ଏହି ସମୟ ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, “ଆନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ଥିବା ସାମରିକ ଷ୍ଟେସନଗୁଡ଼ିକୁ ପାକିସ୍ତାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଦ୍ୱାରା ଟାର୍ଗେଟ କରାଯାଇଥିଲା, କିନ୍ତୁ ସମସ୍ତ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ନିଷ୍କ୍ରିୟ କରାଯାଇଥିଲା । କୌଣସି କ୍ଷତି ହୋଇନାହିଁ । ସମସ୍ତ ବିପଦର ମୁକାବିଲା କରାଯାଇଥିଲା ଏବଂ ମାନକ କାର୍ଯ୍ୟ ପ୍ରଣାଳୀ ଅନୁଯାୟୀ ଲକ୍ଷ୍ୟସ୍ଥଳଗୁଡ଼ିକୁ ଧ୍ୱଂସ କରାଯାଇଥିଲା।” ପଠାନକୋଟ, ଅମୃତସର, ଜଳନ୍ଧର, ହୋସିଆରପୁର, ମୋହାଲି ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ସମେତ ପଞ୍ଜାବର ଅନେକ ଜିଲ୍ଲାରେ ଗୁରୁବାର ସନ୍ଧ୍ୟାରେ ବ୍ଲାକଆଉଟ ହୋଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି ।
Military Stations of Jammu, Pathankot and Udhampur in proximity to the International Boundary, in Jammu & Kashmir targeted by Pakistan using missiles and drones.
No losses.
Threat neutralised by #IndianArmedForces as per SoP with kinetic & non-kinetic means.#OpSindoor… pic.twitter.com/TZlU9BSR9U— HQ IDS (@HQ_IDS_India) May 8, 2025
ଶ୍ରୀନଗର ସମେତ ପଞ୍ଜାବ ଏବଂ ରାଜସ୍ଥାନରେ ସାଇରନ ବାଜିଥିଲା ଏବଂ ନାଗରିକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭାରତ ପାକିସ୍ତାନର ଅନେକ ଯୁଦ୍ଧ ବିମାନକୁ ମଧ୍ୟ ଖସାଇ ଦେଇଛି । ଭାରତ ପାକିସ୍ତାନର ୨ଟି JF 17 ଏବଂ ଗୋଟିଏ F-16 ବିମାନକୁ ଖସାଇ ଦେଇଛି । ଏହି ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ଯାହାକୁ ଭାରତ ଗୁଳି କରି ଖସାଇ ଦେଇଛି । ଜଣେ ପାକିସ୍ତାନୀ ଲଢ଼ୁଆ ବିମାନ ପାଇଲଟଙ୍କୁ ଜୀବନ୍ତ ଗିରଫ କରିଥିବା ବେଳେ ରାଜସ୍ଥାନର ଜୟସଲମେର ଜିଲ୍ଲାର ପୋଖରାନ ଅଞ୍ଚଳରେ ଆଉ ଜଣେ ପାଇଲଟଙ୍କୁ ଗିରଫ କରାଯାଇଛି ।
ଏହି ସମୟରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏସ୍ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି । ସେ ତୁରନ୍ତ ଉତ୍ତେଜନା ହ୍ରାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସମୟରେ, ଏସ ଜୟଶଙ୍କର କହିଛନ୍ତି ଯେ, ଭାରତ ପାକିସ୍ତାନର ପ୍ରତ୍ୟେକ ଆକ୍ରମଣର ଜବାବ ଦେବ ।
Comments are closed.