Latest Odisha News

BREAKING NEWS

ଚାରି ବର୍ଷ ପରେ ପାକିସ୍ତାନ FATF ଗ୍ରେ ତାଲିକାରୁ ବାହାରିଲା

ପ୍ୟାରିସ: ପାକିସ୍ତାନ ଫାଇନାଂସିଆଲ ଆକ୍ସନ ଟାକ୍ସ ଫୋର୍ସ (FATF) ‘ଧୂସର ତାଲିକାରୁ’ ବାହାରିଛି । ଆତଙ୍କବାଦକୁ ସହଯୋଗ କରିବା, ମନି ଲଣ୍ଡରିଂ ବ୍ୟବସ୍ଥାରେ ତ୍ରୁଟି ପାଇଁ ପାକିସ୍ତାନ ପ୍ୟାରିସ୍ ଭିତ୍ତିକ ଏଫଏଟିଏଫ ର ର ଧୂସର ତାଲିକାରେ ଚାରି ବର୍ଷ ହେଲା ରହି ଆସିଥିଲା ।

ଏହି ଗ୍ରେ ଲିଷ୍ଟିଂ ରହିଥିବାରୁ ପାକିସ୍ତାନର ଆମଦାନୀ, ରପ୍ତାନି ଏବଂ ଟଙ୍କା ନେଣ ଦେଣ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା । ଏହି ତାଲିକାରୁ ନାମ ହଟାଇବା ପାଇଁ ପାକିସ୍ତାନ ସରକାର ଅନେକ ଥର ପ୍ରୟାସ କରିଥିଲେ । ଏବେ ତାଲିକାରୁ ନାମ ହଟିଥିବାରୁ ପାକିସ୍ତାନକୁ ବିଦେଶୀ ଆର୍ଥିକ ସଂସ୍ଥାରୁ ଲୋନ ଆଣିବାରେ ସମସ୍ୟା ଦେଖାଦେବ ନାହିଁ ।

FATF ର ଗ୍ରେ ତାଲିକାରୁ ନାମ ହଟିବା ପରେ ଭାରତ ମଧ୍ୟ ପ୍ରତିକ୍ରିୟା ରଖିଛି । ପାକିସ୍ତାନ ସରକାର ଆଗାମୀ ଦିନରେ ଆତଙ୍କବାଦ ପ୍ରତି କଠୋର ମନୋଭାବ ରଖିବେ ବୋଲି ଭାରତ ଆଶା ରଖିଥିବା କହିଛି ।

FATF ପକ୍ଷରୁ କୁହାଯାଇଛି ପାକିସ୍ତାନ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କାର୍ଯ୍ୟକାରୀ କରୁଥିବା ଜଣାପଡିଛି । ପାକିସ୍ତାନ ତ୍ରୁଟି ସମ୍ବନ୍ଧରେ ଅବଗତ ଅଛି ଏବଂ ତ୍ରୁଟି ସୁଧାରିବା ସହ ଆତଙ୍କବାଦ ଉପରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।  ପ୍ରତିଶ୍ରୁତି ପୂରଣ କରିଥିବାରୁ ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ହଟାଯାଇଥିବା ଏହି ସଂସ୍ଥା ପ୍ରକାଶ କରିଛି ।

 ଗତ ଜୁନ୍ ମାସରେ  FATF ପାକିସ୍ତାନକୁ କହିଥିଲା  ତାଲିକାରୁ ନାମ ହଟାଇବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଏକ “ଅନ-ସାଇଟ୍” ଯାଞ୍ଚ ପରିଦର୍ଶନ ପରେ ନିଆଯିବ । ଯାଂଚ ପାଇଁ ସେପ୍ଟେମ୍ବରରେ ଏକ FATF ଦଳ ପାକିସ୍ତାନ ଗସ୍ତ କରିଥିଲେ। ସେମାନେ ପାକିସ୍ତାନର କାର୍ଯ୍ୟନୁଷ୍ଠାନରେ ସନ୍ତୋଷ ପ୍ରକଟ କରିଥିଲେ ।

ଜୁନ୍ 2018 ରେ ପାକିସ୍ତାନକୁ ଧୂସର ତାଲିକାରେ ସ୍ଥାନିତ କରିବା ପରେ FATF 27-ପଏଣ୍ଟ୍ ଆକ୍ସନ୍ ପ୍ଲାନ୍ ଜାରି କରିଥିଲା। ସେହି ସବୁ ପ୍ଲାନକୁ କାର୍ଯ୍ୟକାରୀ କରିବାକୁ ପାକିସ୍ତାନକୁ କୁହାଯାଇଥିଲା ।

2008 ରେ ପାକିସ୍ତାନକୁ ପ୍ରଥମେ ଧୂସର ତାଲିକାରେ ରଖାଯାଇଥିଲା, 2009 ରେ ଅପସାରଣ କରାଯାଇଥିଲା ଏବଂ ପରେ 2012 ରୁ 2015 ପର୍ଯ୍ୟନ୍ତ ରହିଥିଲା । ଗତ ଚାରିବର୍ଷ ହେଲା ପୁଣି ଗ୍ରେ ତାଲିକାରେ ସ୍ଥାନ ପାଇଥିଲା ପାକିସ୍ତାନ  ।

Comments are closed.